Author: NAZMEEN PARWEEN

ଏହି ମୁହୂର୍ତ୍ତର ସବୁଠାରୁ ବଡ଼ ଖବର। ତାମିଲନାଡୁ ରାଜନୀତିରେ ଏକ ବିରାଟ ଭୂକମ୍ପ ସୃଷ୍ଟି ହୋଇଛି। ଯାହା କେହି କଳ୍ପନା କରିନଥିଲେ, ତାହା ହିଁ ଘଟିଛି। ଡିଏମ୍‌କେ (DMK) ର ସୁପ୍ରିମୋ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍.କେ. ଷ୍ଟାଲିନ ନିଜ ଆସନରୁ ପରାଜିତ ହୋଇଛନ୍ତି। କୋଲାଥୁର ଆସନରୁ ପ୍ରାର୍ଥୀ ହୋଇଥିବା ଷ୍ଟାଲିନଙ୍କୁ ଜନତା ପ୍ରତ୍ୟାଖ୍ୟାନ କରିଛନ୍ତି। ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ତାଙ୍କୁ ହରାଇଛନ୍ତି ସୁପରଷ୍ଟାର ବିଜୟଙ୍କ ନୂଆ ଦଳ ‘ଟିଭିକେ’ (TVK) ର ପ୍ରାର୍ଥୀ ବି.ଏସ. ବାବୁ। ଆଜି ସକାଳୁ ଭୋଟ୍ ଗଣତି ଆରମ୍ଭ ହେବା ମାତ୍ରେ ହିଁ ଷ୍ଟାଲିନ ପଛରେ ପଡ଼ିଯାଇଥିଲେ। ପ୍ରଥମେ ମନେ ହେଉଥିଲା ଏହା ଏକ ସାମାନ୍ୟ ବ୍ୟବଧାନ, କିନ୍ତୁ ଗୋଟିଏ ପରେ ଗୋଟିଏ ରାଉଣ୍ଡ ଗଣତି ଶେଷ ହେବା ସହ ଏହି ବ୍ୟବଧାନ ବଢ଼ିବାରେ ଲାଗିଲା। ଶେଷରେ ଟିଭିକେ ପ୍ରାର୍ଥୀ ବି.ଏସ. ବାବୁଙ୍କ ଠାରୁ ପରାଜୟ ସ୍ୱୀକାର କରିଛନ୍ତି ମୁଖ୍ୟମନ୍ତ୍ରୀ ଷ୍ଟାଲିନ। ଏହା…

Read More