Author: NAZMEEN PARWEEN

ଗ୍ରେଟ୍ ନିକୋବାର ପ୍ରକଳ୍ପକୁ ନେଇ ବିବାଦ କାହିଁକି? ପରିବେଶ, ରଣନୀତି ଓ ‘ନାରେଟିଭ୍ ୱାର୍’ ମଧ୍ୟରେ ତର୍କ ତୀବ୍ର ଭାରତ ସରକାରଙ୍କ ମହାମ୍ବିତ୍ସାପୂର୍ଣ୍ଣ ଗ୍ରେଟ୍ ନିକୋବାର ପ୍ରକଳ୍ପକୁ ନେଇ ଦେଶରେ ଚର୍ଚ୍ଚା ଓ ବିବାଦ ତୀବ୍ର ହୋଇଛି। ସରକାର ଏହାକୁ ଭାରତର ଭବିଷ୍ୟତ ସମୁଦ୍ର ଶକ୍ତି ଓ ରଣନୀତିକ ସାମର୍ଥ୍ୟର କେନ୍ଦ୍ର ଭାବେ ପ୍ରଚାର କରୁଥିବାବେଳେ, ପରିବେଶ କର୍ମୀ ଓ କିଛି ବିରୋଧୀ ଦଳ ଏହାକୁ ପରିବେଶ ଓ ଆଦିବାସୀ ସମୁଦାୟ ପାଇଁ ଗୁରୁତର ବିପଦ ବୋଲି ଅଭିଯୋଗ କରୁଛନ୍ତି। ଏହି ପ୍ରକଳ୍ପକୁ ଘିରି ଏବେ କେବଳ ପରିବେଶ ବନାମ ବିକାଶର ତର୍କ ନୁହେଁ, ବରଂ “NGO ନେଟୱର୍କ”, ଆନ୍ତର୍ଜାତୀୟ ଫଣ୍ଡିଂ ଓ “ନାରେଟିଭ୍ ୱାର୍” ଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସୁଛି। କ’ଣ ହେଉଛି ଗ୍ରେଟ୍ ନିକୋବାର ପ୍ରକଳ୍ପ? ଗ୍ରେଟ୍ ନିକୋବାର ଦ୍ୱୀପ ଅଣ୍ଡାମାନ-ନିକୋବାର ଦ୍ୱୀପପୁଞ୍ଜର ଦକ୍ଷିଣ ସୀମାରେ ଅବସ୍ଥିତ। ଏହା ମଲାକ୍କା ଷ୍ଟ୍ରେଟ୍‌ ନିକଟରେ ଥିବାରୁ ଭାରତ ପାଇଁ ଅତ୍ୟନ୍ତ…

Read More