Author: NAZMEEN PARWEEN

ଭାରତୀୟ ସମ୍ବିଧାନରେ ରାଷ୍ଟ୍ରପତି ହେଉଛନ୍ତି ସର୍ବୋଚ୍ଚ ସାମ୍ବିଧାନିକ ମୁଖ୍ୟ ଏବଂ ପ୍ରଥମ ନାଗରିକ। ଦେଶର ଯେକୌଣସି ପ୍ରାନ୍ତକୁ ରାଷ୍ଟ୍ରପତି ଗସ୍ତ କଲେ, ତାଙ୍କର ସମ୍ମାନ ଓ ପ୍ରୋଟୋକଲ ରକ୍ଷା କରିବା ସମ୍ପୃକ୍ତ ରାଜ୍ୟ ସରକାରଙ୍କ ପ୍ରାଥମିକ ଦାୟିତ୍ୱ। କିନ୍ତୁ ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ସରକାର ଏହି ମର୍ଯ୍ୟାଦାକୁ ପାଦରେ ଦଳି ଦେଇଥିବା ଅଭିଯୋଗ ହେଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପଶ୍ଚିମବଙ୍ଗ ଗସ୍ତ ସମୟରେ ଯେଉଁଭଳି ବ୍ୟବହାର କରାଗଲା, ତାହା କେବଳ ତାଙ୍କୁ ନୁହେଁ ବରଂ ସମଗ୍ର ସାମ୍ବିଧାନିକ ବ୍ୟବସ୍ଥା ଏବଂ ଆଦିବାସୀ ସମ୍ପ୍ରଦାୟକୁ ଅପମାନିତ କରିଛି। ଏବେ ଏହି ଘଟଣାରେ ରାଷ୍ଟ୍ରପତି ଭବନ ପକ୍ଷରୁ କଡ଼ା ଆଭିମୁଖ୍ୟ ଗ୍ରହଣ କରାଯାଇଥିବା ବେଳେ ‘ଯେସାକୁ ତେସା’ ନୀତିରେ ମମତାଙ୍କ ସାଂସଦମାନଙ୍କୁ ଭେଟିବାକୁ ମନା କରିଦେଇଛନ୍ତି ମହାମହିମ। ଘଟଣାର ପୃଷ୍ଠଭୂମି: ସୌଜନ୍ୟତା ଭୁଲିଲା ବଙ୍ଗଳା ସରକାର ଗତ ୮ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ସାନ୍ଥାଳ ଆଦିବାସୀ ସମ୍ମଳନରେ ଯୋଗ ଦେବା ପାଇଁ…

Read More