Author: NAZMEEN PARWEEN

ଜୀବନ ରକ୍ଷା କରିବା ପାଇଁ ମଣିଷ ଡାକ୍ତରଖାନାକୁ ଯାଏ। କିନ୍ତୁ ଯଦି ସେହି ସଞ୍ଜୀବନୀ ଗୃହ ହିଁ ମୃତ୍ୟୁର ଚାମ୍ବର ପାଲଟିଯାଏ, ତେବେ ବ୍ୟବସ୍ଥା ଉପରେ ପ୍ରଶ୍ନ ଉଠିବା ସ୍ୱାଭାବିକ। ଓଡ଼ିଶାର ସ୍ୱାସ୍ଥ୍ୟସେବା ଇତିହାସରେ ଗତ ୨୫ ବର୍ଷର ପୃଷ୍ଠା ଓଲଟାଇଲେ ଦେଖାଯାଏ ଯେ, ରୋଗୀମାନେ ରୋଗରେ ମରିବା ଅପେକ୍ଷା ହସ୍ପିଟାଲ୍‌ର ଅବ୍ୟବସ୍ଥା ଓ ଅଗ୍ନିକାଣ୍ଡ ଭଳି ମାନବକୃତ ଦୁର୍ଘଟଣାରେ ଅଧିକ ଶିକାର ହେଉଛନ୍ତି। ଭୁବନେଶ୍ୱରରୁ ବାରିପଦା ଏବଂ କଟକରୁ ଭଦ୍ରକ— ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ଚିତ୍ର ଗୋଟିଏ କଥା ସ୍ପଷ୍ଟ କରୁଛି: ଆମର ଡାକ୍ତରଖାନାଗୁଡ଼ିକ ଅଗ୍ନି-ନିରାପତ୍ତା ଦୃଷ୍ଟିକୋଣରୁ ଏବେ ବି ଏକ ଜଳନ୍ତା ଆଗ୍ନେୟଗିରି ଉପରେ ଛିଡ଼ା ହୋଇଛନ୍ତି। ୨୦୧୬: ସମ୍ ହସ୍ପିଟାଲ୍‌ର ସେହି କଳା ରାତି ଅକ୍ଟୋବର ୧୭, ୨୦୧୬। ଓଡ଼ିଶା ଇତିହାସରେ ଏହି ତାରିଖଟି ଏକ କଳା ଅଧ୍ୟାୟ ଭାବେ ଲିପିବଦ୍ଧ ହୋଇ ରହିବ। ଭୁବନେଶ୍ୱରର ସମ୍ ହସ୍ପିଟାଲ୍‌ରେ ଘଟିଥିବା ସେହି ଭୟଙ୍କର ଅଗ୍ନିକାଣ୍ଡ ସାରା…

Read More