Author: NAZMEEN PARWEEN

ଜାତୀୟ ରାଜନୀତିରୁ ଆରମ୍ଭ କରି ଆଞ୍ଚଳିକ ସ୍ତର ପର୍ଯ୍ୟନ୍ତ, କଂଗ୍ରେସ ଏବେ ଏକ ଅସ୍ତିତ୍ୱର ସଂକଟ ଦେଇ ଗତି କରୁଛି। ଗୋଟିଏ ପଟେ ଲୋକସଭାର ବିରୋଧୀ ଦଳ ନେତା ତଥା ଦଳର ‘ତଥାକଥିତ ଯୁବରାଜ’ ରାହୁଲ ଗାନ୍ଧିଙ୍କ ଅପରିପକ୍ୱ ରଣନୀତି ଜାତୀୟ ସ୍ତରରେ ଦଳକୁ ଦୁର୍ବଳ କରୁଥିବାବେଳେ, ଓଡ଼ିଶାରେ ପିସିସି ସଭାପତି ଭକ୍ତ ଦାସଙ୍କ କାର୍ଯ୍ୟଶୈଳୀ ଦଳକୁ ରସାତଳକୁ ନେଇଯିବା ପାଇଁ ଯଥେଷ୍ଟ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଜୋର ଧରିଛି। ଓଡ଼ିଶା କଂଗ୍ରେସ ଏବେ ଏକ ଏଭଳି ମୋଡ଼ରେ ଛିଡ଼ା ହୋଇଛି, ଯେଉଁଠାରେ ବାହ୍ୟ ଶତ୍ରୁ ଅପେକ୍ଷା ଆଭ୍ୟନ୍ତରୀଣ ଶତ୍ରୁମାନେ ଦଳକୁ ଅଧିକ କ୍ଷତି ପହଞ୍ଚାଉଛନ୍ତି। ଓଡ଼ିଶାରେ କଂଗ୍ରେସର ଐତିହାସିକ ପୃଷ୍ଠଭୂମି ଓଡ଼ିଶାରେ କଂଗ୍ରେସ ଦଳର ଇତିହାସ ଦୀର୍ଘ ଏବଂ ସମୃଦ୍ଧ। ସ୍ୱାଧୀନତା ପରେ ଦୀର୍ଘ ସମୟ ପର୍ଯ୍ୟନ୍ତ ଏହି ଦଳ ରାଜ୍ୟର ରାଜନୀତିକ ପରିଦୃଶ୍ୟକୁ ନିୟନ୍ତ୍ରଣ କରୁଥିଲା। ହରେକୃଷ୍ଣ ମହତାବ, ବିଜୁ ପଟ୍ଟନାୟକ, ନନ୍ଦିନୀ ଶତପଥି, ଜେ.ବି. ପଟ୍ଟନାୟକ,…

Read More