Author: NAZMEEN PARWEEN

ରାଜ୍ୟସଭା ରଣକ୍ଷେତ୍ରରେ ‘ଅନ୍ତରଘାତୀ’ କଂଗ୍ରେସରୁ ୩ ଓ ବିଜେଡିରୁ ଏକାଧିକ କ୍ରସ୍ ଭୋଟିଂ ଓଡ଼ିଶା ରାଜ୍ୟସଭା ନିର୍ବାଚନ-୨୦୨୬ ଏବେ ଏକ ନୂଆ ରାଜନୈତିକ ଇତିହାସ ରଚିଛି, କିନ୍ତୁ ଏହା ଶୃଙ୍ଖଳାର ନୁହେଁ ବରଂ ‘ବିଶ୍ୱାସଘାତକତା’ର। ଯେଉଁ ଆଶଙ୍କା କରାଯାଉଥିଲା, ତାହା ହିଁ ସତ ପ୍ରମାଣିତ ହୋଇଛି। କଂଗ୍ରେସ ଏବଂ ବିଜେଡି ଶିବିରରେ ଏକାଧିକ ବିଧାୟକ ଦଳୀୟ ହ୍ୱିପ୍‌କୁ ଜଳାଞ୍ଜଳି ଦେଇ ନିଜ ବିବେକ (ବା ଅନ୍ୟ କୌଣସି ପ୍ରଲୋଭନ) ଅନୁସାରେ ଭୋଟ୍ ଦେଇଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ ଏହାକୁ ସ୍ପଷ୍ଟ ଭାବେ ‘କ୍ରସ୍ ଭୋଟିଂ’ ବୋଲି ଅଭିହିତ କରି ଦଳୀୟ କାର୍ଯ୍ୟାନୁଷ୍ଠାନର ସଙ୍କେତ ଦେଇଛନ୍ତି। କଂଗ୍ରେସର ‘ହାତ’ ଛାଡ଼ିଲେ ତିନି ପ୍ରମୁଖ ବିଧାୟକ ବିଜେଡି ସମର୍ଥିତ କମନ୍ କ୍ୟାଣ୍ଡିଡେଟ୍ ଡାକ୍ତର ଦତ୍ତେଶ୍ୱର ହୋତାଙ୍କୁ ସମର୍ଥନ କରିବା ପାଇଁ କଂଗ୍ରେସ ହାଇକମାଣ୍ଡ ନିଷ୍ପତ୍ତି ନେଇଥିଲେ। କିନ୍ତୁ ମତଦାନ କେନ୍ଦ୍ରରୁ ଯେଉଁ ଖବର ଆସିଲା, ତାହା ଭକ୍ତ ଦାସଙ୍କ ପାଇଁ ଏକ…

Read More