Author: NAZMEEN PARWEEN

‘ଇକୋସିଷ୍ଟମ’ ଟାର୍ଗେଟରେ ମୋହନ ମାଝୀ? ଭାଇରାଲ ଭିଡିଓ ପରେ ବଢ଼ିଲା ରାଜନୈତିକ ଚର୍ଚ୍ଚା ଓଡ଼ିଶା ରାଜନୀତିରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ନେଇ ନୂଆ ରାଜନୈତିକ ଚର୍ଚ୍ଚା ଜୋର ଧରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ଭିଡିଓକୁ କେନ୍ଦ୍ର କରି ରାଜ୍ୟରେ “ଇମେଜ୍ ପଲିଟିକ୍ସ” ଓ “ନାରେଟିଭ୍ ଯୁଦ୍ଧ” ନେଇ ବିଭିନ୍ନ ମହଳରେ ଆଲୋଚନା ଚାଲିଛି। କିଛି ରାଜନୈତିକ ବିଶ୍ଳେଷକଙ୍କ ମତରେ, ମୁଖ୍ୟମନ୍ତ୍ରୀଙ୍କ ଛବିକୁ କ୍ଷତିଗ୍ରସ୍ତ କରିବା ପାଇଁ ଏକ ସଂଗଠିତ “ଇକୋସିଷ୍ଟମ” ସକ୍ରିୟ ହୋଇପାରେ। ତେବେ ଅନ୍ୟପଟେ ଏହାକୁ ସାଧାରଣ ରାଜନୈତିକ ସମାଲୋଚନା ଭାବେ ମଧ୍ୟ ଦେଖାଯାଉଛି। ଭାଇରାଲ ଭିଡିଓକୁ ନେଇ ବଢ଼ିଲା ଚର୍ଚ୍ଚା ଓଡ଼ିଆ ପକ୍ଷ ପାଳନ ସମୟରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବଂଶୀ ବଜାଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ଭାବେ ଭାଇରାଲ ହୋଇଥିଲା। ଭିଡିଓରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା, ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସୂର୍ଯ୍ୟବଂଶୀ ସୂରଜ ଏବଂ ମୁଖ୍ୟ ଶାସନ ସଚିବ ଅନୁ…

Read More