Author: NAZMEEN PARWEEN

ମୋହନ ସରକାରର “ରିପୋର୍ଟ କାର୍ଡ” ରାଜନୀତି: କିଛି ମନ୍ତ୍ରୀଙ୍କ ପଦ ଉପରେ କି ବଢ଼ିଲା ଚାପ? ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି ରାଜ୍ୟର ସମସ୍ତ ମନ୍ତ୍ରୀଙ୍କୁ ଦୁଇ ବର୍ଷର କାର୍ଯ୍ୟଦକ୍ଷତା ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଥିବା ପରେ ରାଜନୈତିକ ମହଳରେ ଚର୍ଚ୍ଚା ଜୋରଦାର ହୋଇଛି। ଜୁନ୍ ୧୨ରୁ ୨୧ ମଧ୍ୟରେ ପ୍ରତ୍ୟେକ ବିଭାଗକୁ ନିଜର ସଫଳତା ଓ କାର୍ଯ୍ୟ ପ୍ରଗତି ସମ୍ପର୍କିତ ତଥ୍ୟ ସରକାର ସାମ୍ନାରେ ରଖିବାକୁ କୁହାଯାଇଛି। ଏହାକୁ କେବଳ ଏକ ସାଧାରଣ ସରକାରୀ ପ୍ରକ୍ରିୟା ଭାବେ ନୁହେଁ, ବରଂ ମୋହନ ମାଝିଙ୍କ ରାଜନୈତିକ କୌଶଳର ଏକ ଅଂଶ ଭାବେ ଦେଖାଯାଉଛି। ରାଜନୈତିକ ମହଳରେ ଚର୍ଚ୍ଚା ହେଉଛି ଯେ, ଏହି “ପର୍ଫର୍ମାନ୍ସ ରିପୋର୍ଟ” ଆଧାରରେ ଆଗାମୀ ଦିନରେ ମନ୍ତ୍ରୀମଣ୍ଡଳରେ ବଡ଼ ପରିବର୍ତ୍ତନ ହୋଇପାରେ। “ପର୍ଫର୍ମାନ୍ସ” ଆଧାରରେ ପରିବର୍ତ୍ତନର ସଙ୍କେତ? ଗତ ଦୁଇ ବର୍ଷ ଧରି ମୋହନ ସରକାରରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣ ଓ ପୁନର୍ଗଠନକୁ ନେଇ ଚର୍ଚ୍ଚା ଚାଲିଥିଲା। କିଛି ମନ୍ତ୍ରୀଙ୍କୁ…

Read More