Author: NAZMEEN PARWEEN

ଦିଲ୍ଲୀରେ ବିରୋଧୀ ଦଳର ପ୍ରତିବାଦ ରାଲିକୁ ନେଇ ଏବେ ରାଜନୈତିକ ବିବାଦ ତୀବ୍ର ହୋଇଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ମହିଳା ସାମ୍ବାଦିକାଙ୍କୁ ଠେଲି ଦେଇଥିବା ଏବଂ ରାଲି ସମୟରେ ନିଜ ଦଳର ଜଣେ କର୍ମୀ ଓ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଡି.କେ. ଶିବକୁମାରଙ୍କ ସହ ଧକ୍କାଧକ୍କି କରିଥିବା ବିଜେପି ଅଭିଯୋଗ କରିଛି। ଏହି ଘଟଣାକୁ ନେଇ ବିଜେପି ନେତାମାନେ ରାହୁଲଙ୍କ ଆଚରଣ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଭିଡିଓକୁ ଆଧାର କରି ରାଜନୈତିକ ଆରୋପ-ପ୍ରତ୍ୟାରୋପ ଜୋର୍‌ ଧରିଛି। ହସ୍ପିଟାଲରେ ଭର୍ତ୍ତି ହେଲେ ମହିଳା ସାମ୍ବାଦିକା! ବିଜେପି ମୁଖପାତ୍ର ପ୍ରଦୀପ ଭଣ୍ଡାରୀଙ୍କ ଅଭିଯୋଗ ଅନୁସାରେ, ରାଲିକୁ କଭର କରୁଥିବା ମହିଳା ସାମ୍ବାଦିକାଙ୍କୁ ରାହୁଲ ଗାନ୍ଧୀ ଠେଲି ଦେଇଥିଲେ। ଫଳରେ ସେ ତଳେ ପଡ଼ିଯାଇ ଆହତ ହୋଇଥିଲେ ଏବଂ ତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ନିଆଯାଇଥିବା ବିଜେପି ନେତାମାନେ କହିଛନ୍ତି। ମହିଳା ସାମ୍ବାଦିକା ଜଣକ ଗର୍ଭବତୀ ଥିବା ମଧ୍ୟ ବିଜେପି…

Read More