What's Hot
Author: NAZMEEN PARWEEN
ମୋହନ ସରକାରର କାର୍ଯ୍ୟଦକ୍ଷତା ନେଇ ଦିଲ୍ଲୀ ମାଗିଲା ରିପୋର୍ଟ, ରାଜନୀତିକ ମହଳରେ ବଢ଼ିଲା ଅଟକଳନା ଓଡ଼ିଶା ରାଜନୀତିରେ ପୁଣିଥରେ ମନ୍ତ୍ରିମଣ୍ଡଳ ଅଦଳବଦଳ ଚର୍ଚ୍ଚା ଜୋର ଧରିଛି। ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିକଟତମ ବକ୍ତବ୍ୟ ପରେ ଏହି ଅଟକଳନା ଆହୁରି ତେଜ ହୋଇଛି ଯେ, ମୋହନ ମାଝୀ ସରକାରରେ ଆସନ୍ତା ଦିନରେ ବଡ଼ ଧରଣର ମନ୍ତ୍ରିମଣ୍ଡଳ ପରିବର୍ତ୍ତନ ହୋଇପାରେ। ମନମୋହନ ସାମଲ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶା ସରକାରର ଦୁଇ ବର୍ଷର କାର୍ଯ୍ୟଦକ୍ଷତା ଉପରେ ବିସ୍ତୃତ ରିପୋର୍ଟ ମାଗିଛନ୍ତି। ଏହା ପରେ ରାଜନୀତିକ ମହଳରେ ବିଭିନ୍ନ ଅଟକଳନା ଆରମ୍ଭ ହୋଇଛି। କାର୍ଯ୍ୟଦକ୍ଷତା ଆଧାରରେ ହୋଇପାରେ ସମୀକ୍ଷା? ବିଜେପିର ସଂଗଠନାତ୍ମକ ଶୈଳୀରେ “ପର୍ଫର୍ମାନ୍ସ”କୁ ବିଶେଷ ଗୁରୁତ୍ୱ ଦିଆଯାଏ। ପୂର୍ବରୁ ଗୁଜରାଟ, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ ଭଳି ରାଜ୍ୟରେ ମଧ୍ୟ କାର୍ଯ୍ୟଦକ୍ଷତା ଆଧାରରେ ମନ୍ତ୍ରୀ ପରିବର୍ତ୍ତନ କରାଯାଇଥିବା ଦୃଷ୍ଟାନ୍ତ ରହିଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାରେ ମଧ୍ୟ ସେହି ଫର୍ମୁଲା ଲାଗୁ…
