Author: NAZMEEN PARWEEN

ଓଡ଼ିଶାର ରାଜନୀତିକ ପାଣିପାଗ ପୁଣିଥରେ ଗରମ। ରାଜ୍ୟସଭା ନିର୍ବାଚନ ଯେତେ ନିକଟକୁ ଆସୁଛି, ସେତେ ଦଳୀୟ ଗଣିତ, ରଣନୀତି ଓ ମନୋବୃତ୍ତିର ଖେଳ ସ୍ପଷ୍ଟ ହେଉଛି। ଏହି ପରିପ୍ରେକ୍ଷିତରେ ବିଜେପି ସଂସଦୀୟ ବୋର୍ଡ ଓଡ଼ିଶାରୁ ଦୁଇଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି—ରାଜ୍ୟସଭାପତି ମନମୋହନ ସାମଲ ଓ ଅବସର ନେଉଥିବା ସାଂସଦ ସୁଜିତ କୁମାର। କିନ୍ତୁ ତୃତୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା ନ ହେବାରୁ ରାଜନୀତିକ ମହଲରେ ଆରମ୍ଭ ହୋଇଛି ଚର୍ଚ୍ଚା, ଅନୁମାନ ଓ ଆକଳନ। କେହି କୁହୁଛନ୍ତି ବିଜେପି ଡରିଗଲା। କେହି କହୁଛନ୍ତି ବିଜେଡି-କଂଗ୍ରେସ ମିଳିତ ପଦକ୍ଷେପ ଦେଖି ବିଜେପି ପଛକୁ ହଟିଗଲା। କିନ୍ତୁ ରାଜନୀତିକ ମଞ୍ଚରେ ଏକ ଅନ୍ୟ ମତ ମଧ୍ୟ ଚାଲିଛି—ବିଜେପି ତୃତୀୟ ପ୍ରାର୍ଥୀଙ୍କ କାର୍ଡକୁ ଏପର୍ଯ୍ୟନ୍ତ ଖୋଲିନାହିଁ, ଝୁଲାଇ ରଖିଛି। ଏହା ଡର ନୁହେଁ, ଏକ ଚାଲ। ଏକ ରଣନୀତି। ଏକ ସମୟୋଚିତ ଚେସ୍‌ ଚାଲ। ଘୋଷଣା ହେଲା ଦୁଇ ନାଁ, କିନ୍ତୁ ପ୍ରଶ୍ନ ରହିଗଲା ତୃତୀୟଟି…

Read More