Author: NAZMEEN PARWEEN

ଭାରତୀୟ ରାଜନୀତିରେ ନେତାମାନଙ୍କର ରାଜନୈତିକ ଯାତ୍ରା କେବଳ ଏକ ଅଞ୍ଚଳରେ ସୀମିତ ରହେ ନାହିଁ। ଅନେକ ସମୟରେ ଜଣେ ନେତା ରାଜ୍ୟ ରାଜନୀତିରେ ସଫଳତା ହାସଲ କରିବା ପରେ କେନ୍ଦ୍ର ରାଜନୀତିରେ ନିଜ ପ୍ରଭାବ ବଢ଼ାଇବାକୁ ଚେଷ୍ଟା କରନ୍ତି। ସମ୍ପ୍ରତି ବିହାରର ଦୀର୍ଘଦିନର ରାଜନୀତିକ ନେତା ନୀତିଶ କୁମାରଙ୍କ ପଦକ୍ଷେପ ଏହି ଚର୍ଚ୍ଚାକୁ ପୁଣିଥରେ ଜୋରଦାର କରିଛି। ବିହାରରେ ଦଶଥର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିବା ନୀତିଶ କୁମାର ଏବେ ମୁଖ୍ୟମନ୍ତ୍ରୀ ପଦ ଛାଡ଼ି ରାଜ୍ୟସଭା ମାଧ୍ୟମରେ କେନ୍ଦ୍ର ରାଜନୀତିକୁ ଯାଉଛନ୍ତି ବୋଲି ଚର୍ଚ୍ଚା ଜୋର ଧରିଛି। ଏହି ପଦକ୍ଷେପ ଭାରତୀୟ ରାଜନୀତିରେ ଏକ ନୂଆ ସଙ୍କେତ ଦେଉଛି—ଜଣେ ଦୀର୍ଘ ସମୟ ଧରି ରାଜ୍ୟ ରାଜନୀତିରେ ପ୍ରଭାବଶାଳୀ ଥିବା ନେତା କେବେ ଓ କିପରି ଜାତୀୟ ରାଜନୀତିରେ ପ୍ରବେଶ କରିବେ। ଏହି ପ୍ରସଙ୍ଗରେ ଓଡ଼ିଶାର ରାଜନୀତିକ ମହଳରେ ଏକ ନୂଆ ପ୍ରଶ୍ନ ଉଠିଛି— ଓଡ଼ିଶାର ପୂର୍ବତନ ସଫଳ ମୁଖ୍ୟମନ୍ତ୍ରୀ ଓ ବର୍ତ୍ତମାନ…

Read More