Author: NAZMEEN PARWEEN

ଭାରତୀୟ ନିର୍ବାଚନ ଇତିହାସରେ ଏହା ଏକ ଅଦ୍ଭୁତପୂର୍ବ ଘଟଣା। ଗୋଟିଏ ରାଜ୍ୟର ଭୋଟର ତାଲିକାରୁ ପ୍ରାୟ ୧୨ ପ୍ରତିଶତ ମତଦାତାଙ୍କ ନାଁ ଏକାସାଙ୍ଗରେ କଟିଗଲା। ଏହା କେବଳ ଏକ ପରିସଂଖ୍ୟାନ ନୁହେଁ, ବରଂ ଏହା ଦଶନ୍ଧି ଦଶନ୍ଧି ଧରି ଚାଲିଥିବା ଏକ ଜଟିଳ ରାଜନୈତିକ ଇକୋ-ସିଷ୍ଟମ୍‌ର ପୋଷ୍ଟମର୍ଟମ। ପଶ୍ଚିମବଙ୍ଗରେ ଭାରତୀୟ ନିର୍ବାଚନ କମିଶନଙ୍କ ଏସଆଇଆର ପ୍ରକ୍ରିୟା ଶେଷ ହେବା ପରେ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି। ଏହା ଦେଶର ଗଣତାନ୍ତ୍ରିକ ପ୍ରକ୍ରିୟା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ୯୦ ଲକ୍ଷ ‘ନକଲି’ ବା ସନ୍ଦେହଜନକ ଭୋଟରଙ୍କୁ ସିଷ୍ଟମରୁ ବାହାର କରିଦିଆଯାଇଛି। ଏହି ଘଟଣା ଏବେ ବେଙ୍ଗଲ୍ ରାଜନୀତିର ଗତିପଥ ବଦଳାଇବାକୁ ଯାଉଛି। ସଂଖ୍ୟାର ମାୟାଜାଲ: କେଉଁଠି ଥିଲେ ଏହି ୯୦ ଲକ୍ଷ ଭୋଟର? ଅକ୍ଟୋବର ୨୦୨୫ ସୁଦ୍ଧା ପଶ୍ଚିମବଙ୍ଗର ମୋଟ ଭୋଟର ସଂଖ୍ୟା ଥିଲା ପ୍ରାୟ ୭.୬୬ କୋଟି। କିନ୍ତୁ ଏସଆଇଆର ପ୍ରକ୍ରିୟା ପରେ ଏହି ସଂଖ୍ୟା କମି…

Read More