Author: NAZMEEN PARWEEN

ଓଡ଼ିଶା ରାଜନୀତିରେ ଏବେ ଏକ ଅଜବ ସ୍ଥିତି। ଶାସକ ଭାରତୀୟ ଜନତା ଦଳ (ବିଜେପି) ଶିବିରରେ ଏବେ ‘ସବୁ ଅଛି, କିନ୍ତୁ କିଛି ଠିକ୍ ନାହିଁ’। ୨୪ ବର୍ଷର ପ୍ରତୀକ୍ଷା ପରେ ରାଜ୍ୟରେ ବିଜେପି ସରକାର ଗଢ଼ିଛି ସତ, କିନ୍ତୁ ଦଳ ଭିତରେ କ୍ଷମତାର କେନ୍ଦ୍ରବିନ୍ଦୁକୁ ନେଇ ଚାଲିଥିବା ‘ଶୀତଳ ଯୁଦ୍ଧ’ ଏବେ ହାଟରେ ପଡ଼ି ବାଟରେ ଗଡ଼ୁଛି। ରାଜ୍ୟସଭା ନିର୍ବାଚନ ପାଇଁ ପ୍ରାର୍ଥୀ ଘୋଷଣାଠାରୁ ଆରମ୍ଭ କରି ଫଳାଫଳ ପର୍ଯ୍ୟନ୍ତ—ଯେଉଁଭଳି ଭାବେ ସମୀକରଣ ବଦଳିଲା, ତାହା ଦର୍ଶାଉଛି ଯେ ଓଡ଼ିଶା ବିଜେପିରେ ଏବେ ‘ଧର୍ମେନ୍ଦ୍ର ଯୁଗ’ର ପ୍ରଭାବ ଧୀରେ ଧୀରେ ହ୍ରାସ ପାଇବାରେ ଲାଗିଛି। ସବୁଠୁ ବଡ଼ ପ୍ରଶ୍ନ ହେଉଛି, ଯେଉଁ ଧର୍ମେନ୍ଦ୍ର ପ୍ରଧାନ ଦିନେ ଦଳର ପ୍ରତିଟି ନିଷ୍ପତ୍ତିର ସୂତ୍ରଧର ସାଜୁଥିଲେ, ସେ ଆଜି ନିଜ ସମର୍ଥକଙ୍କ ପାଇଁ ‘ମୌନବ୍ରତ’ କାହିଁକି ଅବଲମ୍ବନ କରିଛନ୍ତି? ବିଧାନସଭା ନିର୍ବାଚନ ପରେ ଏହାକୁ ରାଜ୍ୟର ବିଜେପି ରାଜନୀତି ପରିପ୍ରେକ୍ଷୀରେ ଏକ ନୂତନ…

Read More