Author: NAZMEEN PARWEEN

ରାଜନୀତିରେ ନିର୍ବାଚନ ହେଉଛି ଏକମାତ୍ର ମାପକାଠି, ଯାହା ନେତୃତ୍ୱର ଦକ୍ଷତା ଏବଂ ଦଳର ଗ୍ରହଣୀୟତାକୁ ପ୍ରମାଣିତ କରେ। ଆସନ୍ତା ୪ ମଇରେ ତାମିଲନାଡୁ, ପଶ୍ଚିମବଙ୍ଗ, କେରଳ ଏବଂ ଆସାମ ନିର୍ବାଚନର ଯେଉଁ ଫଳାଫଳ ଆସିବାକୁ ଯାଉଛି, ତାହା କେବଳ ଚାରିଟି ରାଜ୍ୟର ଶାସନ ଗାଦି ନିର୍ଦ୍ଧାରଣ କରିବ ନାହିଁ; ବରଂ ଏହା ରାହୁଲ ଗାନ୍ଧୀଙ୍କ ନେତୃତ୍ୱାଧୀନ ‘ନୂଆ କଂଗ୍ରେସ’ ପାଇଁ ଏକ ସ୍ପଷ୍ଟ ଜନମତ ବା ରିଫରେଣ୍ଡମ୍ (Referendum) ଭାବେ ଉଭା ହେବ। ବିଗତ ୨୨ ବର୍ଷର ସଂସଦୀୟ ରାଜନୀତି ପରେ ବି ରାହୁଲ ଗାନ୍ଧୀ କଂଗ୍ରେସକୁ ଏକ ବିଜୟୀ ଶକ୍ତି ଭାବେ ଛିଡ଼ା କରିବାରେ ବାରମ୍ବାର ବିଫଳ ହୋଇଛନ୍ତି। ଏଭଳି ପରିପ୍ରେକ୍ଷୀରେ, ଏହି ଚାରି ରାଜ୍ୟର ପରୀକ୍ଷା ରାହୁଲଙ୍କ ପାଇଁ ଏକ ଅଗ୍ନିପରୀକ୍ଷାଠାରୁ କମ୍ ନୁହେଁ। ପଶ୍ଚିମବଙ୍ଗ ଓ ତାମିଲନାଡୁ: ନିଶ୍ଚିହ୍ନ ଅସ୍ତିତ୍ୱ ଓ ପରାଶ୍ରିତ ରାଜନୀତି ପଶ୍ଚିମବଙ୍ଗର ରାଜନୈତିକ ମାନଚିତ୍ରକୁ ଦେଖିଲେ ମନେହୁଏ, କଂଗ୍ରେସ ସେଠାରେ ଏକ ପ୍ରାସଙ୍ଗିକ…

Read More