Author: NAZMEEN PARWEEN

ଓଡ଼ିଶା ବିଧାନସଭାର ୧୪୭ଟି ଆସନ ମଧ୍ୟରେ ସଂଖ୍ୟାବହୁଳତା ସବୁବେଳେ ଗୁରୁତ୍ୱ ରଖିଥାଏ। କିନ୍ତୁ ବର୍ତ୍ତମାନର ସ୍ଥିତି କୌଣସି ନିର୍ବାଚନୀ ଫଳାଫଳ ଯୋଗୁଁ ନୁହେଁ, ବରଂ ଦଳୀୟ ଅନ୍ତଃକନ୍ଦଳ ଏବଂ ‘କ୍ରସ୍ ଭୋଟିଂ’ର ପରିଣାମସ୍ୱରୂପ ବଦଳିଛି। ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କୁ ସମର୍ଥନ କରି ବିଜେଡିରୁ ୬ ଜଣ ଏବଂ କଂଗ୍ରେସରୁ ୩ ଜଣ ବିଧାୟକ ନିଲମ୍ବିତ ହେବା ପରେ, ସେମାନଙ୍କ ସହ ପୂର୍ବରୁ ନିଲମ୍ବିତ ହୋଇଥିବା ବିଜେଡିର ୨ ବିଧାୟକ ମିଶି ଏକ ୧୧ ଜଣିଆ ‘ବିଦ୍ରୋହୀ ଗୋଷ୍ଠୀ’ ଗଠନ କରିଛନ୍ତି। ଏମାନଙ୍କ ସହିତ ବିଧାନସଭାରେ ବସିବେ ୩ଜଣ ସ୍ୱାଧୀନ ବିଧାୟକ। ଏମାନଙ୍କ ସଂଖ୍ୟା ୧୪ ହେଉଥିବାରୁ ଏମାନେ ଏବେ କଂଗ୍ରେସକୁ ପଛରେ ପକାଇ ୩ୟ ସର୍ବାଧିକ ବିଧାୟକ ଗୋଷ୍ଠୀ।ଏହି ଗୋଷ୍ଠୀ ଏବେ ବିଧାନସଭାରେ ଏକ ‘ସ୍ୱତନ୍ତ୍ର ବ୍ଲକ’ ଭାବେ କାର୍ଯ୍ୟ କରିବେ, ଯାହା ବିରୋଧୀ ଦଳର ଶକ୍ତିକୁ କେବଳ ଦୁର୍ବଳ କରିବ ନାହିଁ, ବରଂ ସେମାନଙ୍କ ଅସ୍ତିତ୍ୱ ପ୍ରତି…

Read More