Author: NAZMEEN PARWEEN

ଓଡ଼ିଶାର ରାଜନୈତିକ ମାନଚିତ୍ର ଅନ୍ୟ ପଡ଼ୋଶୀ ରାଜ୍ୟମାନଙ୍କ ତୁଳନାରେ ସମ୍ପୂର୍ଣ୍ଣ ଭିନ୍ନ। ଏଠାକାର ମତଦାତାମାନେ ସାଧାରଣତଃ ଭାବପ୍ରବଣତାରେ ଭାସି ନ ଯାଇ ‘ରାଜନୈତିକ ସ୍ଥିରତା’କୁ ଅଧିକ ପସନ୍ଦ କରନ୍ତି। ୧୯୯୦ ଦଶନ୍ଧିର ଶେଷ ଭାଗରୁ ଓଡ଼ିଶା ଏକ ପ୍ରକାର ସ୍ଥିର ଶାସନ ଦେଖିଆସିଛି। ତେଣୁ, ଜଣେ ସର୍ବବ୍ୟାପୀ ଗ୍ରହଣୀୟ ଚେହେରା ବା କ୍ଲିନ୍ ଇମେଜ୍ ଥିବା ନେତାଙ୍କ ବିନା କୌଣସି ନୂଆ ଆଞ୍ଚଳିକ ଦଳ ଉପରେ ଲୋକଙ୍କ ଆସ୍ଥା ଜମିବା ଏକ ପ୍ରକାର ଅସମ୍ଭବ। ବର୍ତ୍ତମାନ ପରିପ୍ରେକ୍ଷୀରେ ଓଡ଼ିଶାରେ ଅଣ-କଂଗ୍ରେସ, ଅଣ-ବିଜେପି ଓ ଅଣ-ବିଜେଡିର ଏପରି କୌଣସି ଲୋକପ୍ରିୟ ନେତା ନାହାନ୍ତି, ଯାହାଙ୍କୁ ଭରସା କରି ଭୋଟରମାନେ ଏକ ନୂଆ ବିକଳ୍ପକୁ ଆପଣେଇବେ। ଆଜି ଆଲୋଚନା କରିବା ‘ତୃତୀୟ ବିକଳ୍ପ’ର ମରିଚିକା, କାହିଁକି ବିଫଳ ହୁଏ ନୂଆ ଆଞ୍ଚଳିକ ଦଳ? ନୂଆ ଆଞ୍ଚଳିକ ଦଳର ଆବଶ୍ୟକତା ଅଛି କି? ମହମ୍ମଦ ମୋକିମ: କଟକ ସହରରୁ କ’ଣ ଓଡ଼ିଶା ଜିତିବା ସମ୍ଭବ? କଂଗ୍ରେସରୁ…

Read More