Author: NAZMEEN PARWEEN

ଓଡ଼ିଶାର ରାଜନୈତିକ ମାନଚିତ୍ରରେ ୨୪ ବର୍ଷ ପରେ ଏକ ବଡ଼ ପରିବର୍ତ୍ତନ ଆସିଲା। ଭାରତୀୟ ଜନତା ପାର୍ଟିର ଏକକ ସଂଖ୍ୟାଗରିଷ୍ଠତା ସରକାର ଗଠନ ହେଲା। ମୁଖ୍ୟମନ୍ତ୍ରୀ ଭାବେ ମୋହନ ଚରଣ ମାଝୀ ଦାୟିତ୍ୱ ନେଲେ ଏବଂ ତାଙ୍କୁ ସାଙ୍ଗଠନିକ ସ୍ତରରେ ଶକ୍ତି ଯୋଗାଇଲେ ରାଜ୍ୟ ସଭାପତି ମନମୋହନ ସାମଲ। କିନ୍ତୁ ଶାସନ ଗାଦିରେ ବସିବାର ମାତ୍ର ୨୨ମାସ ମଧ୍ୟରେ ସରକାରଙ୍କ ଭାବମୂର୍ତ୍ତି ଏବେ ଦୋହଲିବାକୁ ଆରମ୍ଭ କଲାଣି। ଏହାର ମୁଖ୍ୟ କାରଣ ସାଜିଛନ୍ତି ମନ୍ତ୍ରିମଣ୍ଡଳର ଦୁଇ ପ୍ରମୁଖ ସଦସ୍ୟ—ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏବଂ ଆଇନ ତଥା ଅବକାରୀ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ। ଏହି ଦୁଇ ନେତାଙ୍କ ବିଭାଗୀୟ କୁପରିଚାଳନା ଏବେ ‘ଦୁଇ ମୋହନ’ଙ୍କ ପାଇଁ ସତର୍କ ଘଣ୍ଟି ସଦୃଶ ହୋଇଛି। କେବଳ ଏହି ଦୁଇ ମନ୍ତ୍ରୀ ନୁହଁନ୍ତି, ଆଗକୁ ଏପରି ଅଯୋଗ୍ୟ ମନ୍ତ୍ରୀଙ୍କ ସଂଖ୍ୟା ବଢ଼ିବା ସହିତ ଦୁଇ ମୋହନଙ୍କ ମୁଣ୍ଡ ବିନ୍ଧା ବଢ଼ିବ। ସ୍ୱାସ୍ଥ୍ୟ ସେବାର ଶବ ଶେଯ: ମନ୍ତ୍ରୀ…

Read More