Author: Sarasinee Subudhi

ବହୁ ଦିନ ଧରି ଦେଶରେ ଆଲୋଚନା ହେଉଥିବା ଫାଷ୍ଟ୍ ଟ୍ୟାଗ ପାସ୍‍କୁ ନେଇ ଆସିଲା ବଡ଼ ଖବର। ଅଗଷ୍ଟ ୧୫ରୁ ସାରା ଦେଶରେ ଲାଗୁ ହେବ ନୂଆ ଫାଷ୍ଟ୍ ଟ୍ୟାଗ ପାସ୍। ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସାରା ଦେଶରେ ଏକ ନୂତନ ଟୋଲ୍ ନୀତି ଆଣିବାକୁ ଯୋଜନା କରୁଛି। ଯାହା ଅଧୀନରେ ଦେଶବ୍ୟାପୀ ଟୋଲ୍ ପ୍ଲାଜାରେ ଯାତ୍ରାକୁ ସହଜ କରିବା ପାଇଁ ଅନେକ ନୂତନ ସୁବିଧା ପ୍ରଦାନ କରାଯିବ। କେନ୍ଦ୍ର ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ ଆଜି ସୋସିଆଲ ନେଟୱାର୍କିଂ ସାଇଟ୍ ‘X’ ରେ ଫାଷ୍ଟ୍ ଟ୍ୟାଗ(FAS Tag) ବାର୍ଷିକ ପାସ୍ ଜାରି କରାଯିବା ନେଇ ଘୋଷଣା କରିଛନ୍ତି। ତେବେ ଆସନ୍ତୁ ଜାଣିବା ଏହି ପାସ୍ କେବେ ଏବଂ କିପରି ଜାରି କରାଯିବ ଏବଂ ଏହାକୁ ପାଇବା ପାଇଁ ଚାଳକମାନଙ୍କୁ କ’ଣ କରିବାକୁ ପଡିବ। ବାର୍ଷିକ ଫାଷ୍ଟ୍ ଟ୍ୟାଗ(FAS Tag) ପାସ୍ ନୀତିନ ଗଡକରୀ ଆଜି…

Read More