Author: Sarasinee Subudhi

ଭାରତରେ ସୁନା ରଖିବାର ପରମ୍ପରା ବହୁତ ପୁରୁଣା। ଭାରତୀୟ ମହିଳା ଅତ୍ୟନ୍ତ ସୁନା ପ୍ରିୟ। ଭାରତୀୟ ଲୋକମାନେ ବହୁତ ସୁନାରେ ମଧ୍ୟ ନିବେଶ କରନ୍ତି। ଗରିବରୁ ଧନୀ ସମସ୍ତଙ୍କ ପାଖରେ ସୁନା ରହିଥାଏ। ବିଶ୍ୱ ସ୍ୱର୍ଣ୍ଣ ପରିଷଦ ତଥ୍ୟ ଶୁଣି ଆପଣଙ୍କ ମୁଣ୍ଡ ବୁଲେଇବ ନିଶ୍ଚୟ, ଯାହା ଅନୁଯାୟୀ ଭାରତର ଘର ଏବଂ ମନ୍ଦିରରେ ପ୍ରାୟ ୨୫,୦୦୦ ଟନ୍ ସୁନା ସାମୂହିକ ଭାବରେ ରହିଛି, ଯାହାର ବର୍ତ୍ତମାନର ମୂଲ୍ୟ ପାକିସ୍ତାନର ଅର୍ଥନୀତିଠାରୁ ୬ ଗୁଣ ଅଧିକ। ଦେଶର ଘରମାନଙ୍କର ଏବଂ ମନ୍ଦିରରେ ବର୍ତ୍ତମାନ ଯେଉଁ ସୁନା ଅଛି ଏହାର ମୂଲ୍ୟ ପ୍ରାୟ ୨.୪ ଟ୍ରିଲିୟନ ଆମେରିକୀୟ ଡଲାର ସହିତ ସମାନ ବୋଲି ରିପୋର୍ଟରେ ପ୍ରକାଶ ପାଇଛି। ଏହି ସୁନା ୨୦୨୬ ଆର୍ଥିକ ବର୍ଷରେ ଦେଶର ନାମମାତ୍ର GDPର ପ୍ରାୟ ୫୬ ପ୍ରତିଶତ। WGC ର ତଥ୍ୟ ଅନୁଯାୟୀ, ଭାରତର ଘରେ ଗଚ୍ଛିତ ଏହି ସୁନା ବିଶ୍ୱ ସ୍ତରରେ ମଧ୍ୟ ଏକ ଅସାଧାରଣ…

Read More