Author: Sarasinee Subudhi

ପହଲଗାମ ଆତଙ୍କବାଦୀ ଆକ୍ରମଣ ଓ ଅପରେସନ୍ ସିନ୍ଦୂର ପରେ ଭାରତ-ପାକିସ୍ତାନ ଖରପାରୁ ଅତି ଖରାପ ହୋଇଯାଇଛି। ତେବେ ଏହାରି ଭିତରେ ଆସିଛି ଏକ ବଡ ଖବର। ଭାରତ ଏବଂ ପାକିସ୍ତାନ ମଧ୍ୟରେ ପୁଣି ଥରେ କ୍ରୀଡା ଇଭେଣ୍ଟ ଆରମ୍ଭ ହେବାକୁ ଯାଉଛି। ପାକିସ୍ତାନ ଟିମକୁ ଏକ ବଡ଼ ଟୁର୍ଣ୍ଣାମେଣ୍ଟ ପାଇଁ ଭାରତ ଆସିବାକୁ ଅନୁମତି ମିଳିଥିବା ସୂଚନା ମିଳିଛି। ଆସନ୍ତା ମାସରେ ଭାରତରେ ହକି ଏସିଆ କପ୍ ଆୟୋଜନ ହେବାକୁ ଯାଉଛି ଏବଂ ଏଥିପାଇଁ ପାକିସ୍ତାନ ହକି ଦଳକୁ ଭାରତ ଆସିବାକୁ ପଡିବ। ଜୁନିୟର ହକି ବିଶ୍ବକପ୍ ପାଇଁ ପାକିସ୍ତାନ ଭାରତ ଆସିବ ଏଥିରେ ତାକୁ ବାଧା ଦିଆଯିବ ନାହିଁ ବୋଲି ଭାରତ ସରକାରଙ୍କ ପକ୍ଷରୁ ଜଣାପଡ଼ିଛି। ସମ୍ବାଦ ସରବରାହ ସଂସ୍ଥା ପିଟିଆଇର ଏକ ରିପୋର୍ଟରୁ ଜଣାପଡିଛି ଯେ, ଅଗଷ୍ଟ-ସେପ୍ଟେମ୍ବରରେ ବିହାରରେ ଅନୁଷ୍ଠିତ ହେବାକୁ ଥିବା ହକି ଏସିଆ କପ୍ ପାଇଁ ପାକିସ୍ତାନୀ ଦଳକୁ ଭାରତ ଆସିବାରୁ ରୋକାଯିବ ନାହିଁ। ପାକ୍‌…

Read More