Author: Sarasinee Subudhi

ରାଜ୍ୟରୁ ଗୋଟି ଗୋଟି ଖୋଜି ବାହାର କରାଯାଉଛି ଅବାଧ ବାଂଲାଦେଶୀମାନଙ୍କୁ। କେନ୍ଦ୍ରାପଡା ଜିଲ୍ଲାରୁ ଆରମ୍ଭ ହୋଇଛି ପ୍ରକ୍ରିୟା। କେନ୍ଦ୍ରାପଡାରୁ ଧରାପଡ଼ୁଛନ୍ତି ଗୋଟିଏ ପରେ ଗୋଟିଏ ସନ୍ଦିଗ୍ଧ ବାଂଲାଦେଶୀ । ପୁଣି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ନେଇଛି ପୋଲିସ, ସେମାନଙ୍କୁ ଅଜ୍ଞାତ ସ୍ଥାନରେ ରଖି ଚାଲିଛି ପଚରାଉଚରା । କେନ୍ଦ୍ରାପଡା ଜିଲ୍ଲା ଜମ୍ବୁ ସାମୁଦ୍ରିକ ଥାନା ବଉଳକଣୀ ପଞ୍ଚାୟତରୁ ଏହି ୬ ଜଣ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ପୋଲିସ ଗୁରୁବାର ବିଳମ୍ବିତ ରାତିରେ ଉଠାଇ ନେଇଥିବା ଜଣାପଡିଛି l ସେମାନଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା ଚଳାଇଛି ପୋଲିସ l ଅନ୍ୟପକ୍ଷରେ ପ୍ରଶାସନ ଅଟକ ସନ୍ଦିଗ୍ଧମାନଙ୍କ ନାଗରିକତା ପ୍ରମାଣପତ୍ର ଯାଞ୍ଚ କରୁଛି । ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଉଠାଇ ଆଣି ପ୍ରଥମେ ସେମାନଙ୍କ ପରିଚୟ ପତ୍ର ଯାଞ୍ଚ ହେଉଛି ଓ ସନ୍ଦେହ ହେଲେ ଉପରିସ୍ଥ ଅଧିକାରୀ ଓ STF ସହାୟତା ନିଆ ଯାଉଥିବା ପୋଲିସ ସୂତ୍ରରୁ ଜଣାପଡିଛି । ଏହାପୂର୍ବରୁ କେନ୍ଦ୍ରାପଡ଼ା…

Read More