Author: Sarasinee Subudhi

ସବୁ କଳ୍ପନାଜଳ୍ପନାର ଅନ୍ତଘଣ୍ଟାଇ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ ଫାଷ୍ଟ ଲୁକ୍ ଆଉଟ୍ ହୋଇଛି! ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ରାମାୟଣ’ର ଫାଷ୍ଟ ଲୁକ୍ ଦର୍ଶକମାନଙ୍କ ଉତ୍ସାହକୁ ଦ୍ଵିଗୁଣିତ କରିଛି। ମୁଖ୍ୟ ଭୂମିକାରେ ରଣବୀର କପୁର, ସାଇ ପଲ୍ଲବୀ, ୟଶ, ସନି ଦେଓଲ ଏବଂ ରବି ଦୁବେ ଅଭିନୀୟ କରୁଥିବା ସୂଚନା ରହିଥିବା ବେଳେ ଫିଲ୍ମଟି ଚମତ୍କାର ଏବଂ ଆକର୍ଷଣୀୟ ହେବାର ପ୍ରତିଶ୍ରୁତି ଦେଇଛି ଏହାର ଫାଷ୍ଟ ଲୁକ୍ । ଚଳଚ୍ଚିତ୍ରର ସିନେମାର ଫାଷ୍ଟ ଲୁକ୍ ସବୁ ମହଲରୁ ପ୍ରଶଂସା ସାଉଁଟୁଛି, ପ୍ରଶଂସକମାନେ ଭିଡିଓରେ ସେମାନଙ୍କର ମତାମତ ସେୟାର କରିଛନ୍ତି। ଅନେକ ରଣବୀର କପୁରଙ୍କ ଝଲକକୁ ପ୍ରଶଂସା କରିଥିବା ବେଳେ, କେତେକ ବ୍ୟାକଗ୍ରାଉଣ୍ଡ ସଙ୍ଗୀତରେ ମନ୍ତ୍ରମୁଗ୍ଧ ହୋଇଛନ୍ତି। ଜଣେ ଏକ୍ସ ବ୍ୟବହାରକାରୀ ଟିଜର ଉପରେ ନିଜର ମତାମତ ସେୟାର କରି ଲେଖିଛନ୍ତି, “ସର୍ବଶ୍ରେଷ୍ଠ ମହାକାବ୍ୟ #ରାମାୟଣର ମହାନ ଅଭିନେତାଙ୍କ ଦ୍ୱାରା ନିର୍ମିତ ସର୍ବଶ୍ରେଷ୍ଠ ଚଳଚ୍ଚିତ୍ର। ମୋର କଥା ମନେ ରଖନ୍ତୁ,…

Read More