Author: Sarasinee Subudhi

ପ୍ରାୟ ୨୩ ବର୍ଷ ପରେ ଉଦ୍ଧବ ଠାକରେ ଏବଂ ରାଜ ଠାକରେ ଆଜି ଅର୍ଥାତ୍ ଶନିବାର, ୫ ଜୁଲାଇ ୨୦୨୫ରେ ପୁଣି ଥରେ ଗୋଟିଏ ମଞ୍ଚରେ ଏକାଠି ଦେଖାଯିବେ। ହିନ୍ଦୀ ଭାଷା ପ୍ରସଙ୍ଗକୁ ନେଇ ଉଭୟ ଠାକରେ ଭାଇ ମହାରାଷ୍ଟ୍ର ସରକାରଙ୍କ ବିରୁଦ୍ଧରେ ବିଜୟ ରାଲି କାଢିବେ। ମୁମ୍ବାଇର ଓ୍ୱର୍ଲି ଅଞ୍ଚଳର ଡୋମ ହଲରେ ଠାକରେ ଭାଇମାନେ ୨୩ ବର୍ଷ ପରେ ଏକାଠି ଦେଖାଯିବେ। ଦାବି କରାଯାଉଛି ଯେ ଏଥିରେ ଉଦ୍ଧବ ଏବଂ ରାଜ ଠାକରେଙ୍କ ଦଳର ହଜାର ହଜାର ନେତା ଓ କର୍ମୀ ଭାଗ ନେବେ। ଯେଉଁଭଳି ଭାବେ ମହାରାଷ୍ଟ୍ର ସରକାର ହିନ୍ଦୀ ଭାଷା ସମ୍ବନ୍ଧରେ ନିଜର ଦୁଇଟି ଆଦେଶ ପ୍ରତ୍ୟାହାର କରିଛନ୍ତି, ସେଥିପାଇଁ ଉଭୟ ଠାକରେ ଭାଇ ମରାଠୀ ମାନୁଷଙ୍କୁ ନେଇ ବିଜୟ ରାଲି କାଢୁଛନ୍ତି। ମହାରାଷ୍ଟ୍ର ସରକାର ପ୍ରଥମ ଶ୍ରେଣୀରୁ ହିନ୍ଦୀ ଭାଷାକୁ ତୃତୀୟ ଭାଷାର ମାନ୍ୟତା ଦେଇ ସ୍କୁଲରେ ଆରମ୍ଭ କରିବାକୁ ଚାହୁଁଥିଲେ। ଉଦ୍ଧବ ଠାକରେ…

Read More