Author: Sarasinee Subudhi

ଆଜି ପବିତ୍ର ବାହୁଡ଼ାଯାତ୍ରା ଶ୍ରୀଜୀଉଙ୍କ ଶ୍ରୀଗୁଣ୍ଡିଚା ଲୀଳା। ଏବେ ଜନ୍ମବେଦି ଲୀଳା ସାରି ରତ୍ନବେଦିକୁ ଲେଉଟିବାର ବେଳ। ମହାପ୍ରଭୁଙ୍କ ବାହୁଡ଼ା ପର୍ବ ଦେଖିବାକୁ ପହଞ୍ଚିସାରିଲେଣି ଭକ୍ତ। ଶୀଘ୍ର ବାହୁଡ଼େଇ ନେବା ପାଇଁ ଆରମ୍ଭ ହୋଇଗଲାଣି ନୀତିକାନ୍ତି। ରଥଯାତ୍ରାରେ ପ୍ରଭୁ ଏକଲା ଯାଆନ୍ତି ନାହିଁ ମହାପ୍ରଭୁଙ୍କ ସହ ରଥରେ ବିରାଜମାନ କରିଥାନ୍ତି ପାର୍ଶ୍ଵଦେବତା। ତାଳଧ୍ୱଜ ଓ ନନ୍ଦିଘୋଷ ରଥରେ ୯ ଜଣ ଲେଖାଏଁ ପାର୍ଶ୍ଵଦେବତା ରହିଥିବା ବେଳେ ଦେବଦଳନ/ଦର୍ପଦଳନ ରଥରେ ବିଜେ କରିଥାନ୍ତି ୯ ଜଣ ପାର୍ଶ୍ଵଦେବୀ। ତାଳଧ୍ୱଜ ରଥରେ ବାଇଶି ଭୁଜ ନୃସିଂହ, ପ୍ରଲମ୍ବାରୀ, ଗଜାନ୍ତକ, ଲକ୍ଷ୍ମଣ ଏବଂ ଅଙ୍ଗଦ, କାର୍ତ୍ତିକେୟ, ଶଙ୍କର୍ଷଣ/ବାସୁଦେବ, ନାଟାମ୍ବର, ନୃତ୍ୟରତ ଗଣପତି, ବଳରାମ ବିଜେ କରିଥାନ୍ତି। ଦେବଦଳନ/ଦର୍ପଦଳନ ରଥରେ ବିଜେ କରିଥାନ୍ତି ବିମଳା, ବନଦୁର୍ଗା, ବାରାହି, ଚାମୁଣ୍ଡା, ଭୁବନେଶ୍ଵରୀ, ହରଚଣ୍ଡୀ, ଜୟଦୁର୍ଗା, ସର୍ବମଙ୍ଗଳା ଓ ଉଗ୍ରତାରା। ତବେ ରଥଯାତ୍ରା ସାରିବା ପରେ କେବଳ ସାରଥୀ,ଘୋଡା, ପାର୍ଶ୍ଵଦେବତା, ସଖୀ, ପିତଳର କଦଳୀ ଗଛ, ମଗର ଓ ରଥବାଡ଼…

Read More