Author: Sarasinee Subudhi

ବୈଜ୍ଞାନଙ୍କୁ ମିଳିଲା ବଡ ସଫଳତା। ଚିକିତ୍ସା କ୍ଷେତ୍ରରେ ଲାଗିବ ଚିଲିକା ଶୈବାଳ। ଚିଲିକାର ମିଳୁଥିବା ବିଭିନ୍ନ ପ୍ରକାରର ସାମୁଦ୍ରିକ ଶୈବାଳ, ଚର୍ମ କର୍କଟ ଏବଂ ୟୁଭି ବିକିରଣ ଦ୍ୱାରା ହେଉଥିବା ଚର୍ମ କ୍ଷତିକୁ ରୋକିବାରେ ସାହାଯ୍ୟ କରିପାରିବ ବୋଲି ଜଣା ପଡିଛି। ଏହା ରେଭେନଶା ଏବଂ ଉତ୍କଳ ବିଶ୍ୱବିଦ୍ୟାଳୟର ଗବେଷକଙ୍କ ଏକ ଗୋଷ୍ଠୀ ଦ୍ୱାରା ପ୍ରକାଶ ପାଇଛି। ଯେଉଁମାନେ କି ସାମୁଦ୍ରିକ ଶୈବାଳରୁ ଉତ୍ପାଦ ବିକାଶ ପାଇଁ ସମ୍ପ୍ରତି ଭାରତୀୟ ବୌଦ୍ଧିକ ସମ୍ପତ୍ତିରୁ ଏକ ପେଟେଣ୍ଟ ପାଇଛନ୍ତି। ରୋଡୋଫାଇଟା ସାମୁଦ୍ରିକ ଶୈବାଳ ଗୋଷ୍ଠୀରୁ ଲାଲ ଶୈବାଳ କିମ୍ବା ଗ୍ରାସିଲାରିଆ ଭେରୁକୋସାରେ ମାଇକୋସ୍ପୋରିନ୍ ପରି ଆମିନୋ ଏସିଡ୍ (MAAs) ମିଳିଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି, ଯେଉଁଥିରେ ଆଣ୍ଟି-ଅକ୍ସିଡାଣ୍ଟ ଏବଂ କର୍କଟ-ପ୍ରତିରୋଧୀ ଗୁଣ ରହିଥିବା ଜଣା ପଡିଛି। ଗବେଷକମାନେ ଆହୁରି କହିଛନ୍ତି ଯେ, “ଏହି ଯୌଗିକରେ ୟୁଭିଏ(UVA) ଏବଂ ୟୁଭିବି(UVB)(ଏକ ପ୍ରକାର ଅଲ୍ଟ୍ରାଭାଉଲେଟ୍ ବିକିରଣ) ଉଭୟକୁ ଶୋଷିତ କରିବାର କ୍ଷମତା ଅଛି। ଏହା ୟୁଭି…

Read More