Author: Sarasinee Subudhi

ଆସନ୍ତା ୩୦ ତାରିଖ ଯାଏଁ ବନ୍ଦ ରହିବ କଳିଙ୍ଗା ଘାଟି ରାସ୍ତା । ସୋମବାର ଦ୍ୱିତୀୟ ଭୂସ୍ଖଳନ ପରେ କନ୍ଧମାଳ ଜିଲ୍ଲାପାଳ ଏଭଳି ନିଷ୍ପତ୍ତି ନେଇଛନ୍ତି । ଘଟଣା ସ୍ଥଳକୁ ଭଞ୍ଜନଗର ଓ ସୁବର୍ଣ୍ଣପୁରରୁ ୨ଟି ଏକ୍ସପର୍ଟ ଟିମ୍‍ ଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ସପ୍ତାହକ ପରେ ପୁଣିଥରେ କନ୍ଧମାଳ ଜିଲ୍ଲାର ଜୀବନରେଖା ଜି.ଉଦୟଗିରି ବ୍ଲକର କଳିଙ୍ଗା ଘାଟିରେ ସୋମବାର ମଧ୍ୟାହ୍ନରେ ଭୂସ୍ଖଳନ ହୋଇଛି । ଜିଲ୍ଲାବ୍ୟାପି ଅନବରତ ପ୍ରବଳ ବର୍ଷା ହୋଇଛି । କଳିଙ୍ଗା ଘାଟିରେ ବାଦଲଫଟା ବର୍ଷା ହେବାରୁ ଗତ ୧୬ତାରିଖରେ ଘାଟିର ଯେଉଁ ସ୍ଥାନରେ ଭୂସ୍ଖଳନ ହୋଇଥିଲା ସେଠାରୁ ପୁନର୍ବାର ମାଟି ଅତଡା ଧସିଛି । ବଡବଡ ପଥର ପାହାଡରୁ ଖସି ଆସିଛି । ଗତ ୫ଦିନ ଧରି ଯାହା କିଛି ମରାମତି ହୋଇଥିଲା ତାହା ମଧ୍ୟ ସଂପୂର୍ଣ୍ଣ ଭାବେ ଧୋଇ ହୋଇଯାଇଛି । ବିଗତ ୧୫ ଦିନ ମଧ୍ୟରେ କଳିଙ୍ଗା ଘାଟିରୁ ୫ରୁ ଅଧିକ ଥର…

Read More