Author: Sarasinee Subudhi

ପହଲଗାମରେ ଆତଙ୍କବାଦୀ ଆକ୍ରମଣର ପରଦିନ, ଭାରତ କେବଳ ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦ କରିଥିଲା, କିନ୍ତୁ ଏବେ ଏହା ଦେଖାଯାଉଛି ଯେ ଭାରତ ଏହି ଚୁକ୍ତିନାମାର ଅସ୍ତିତ୍ୱକୁ ସମ୍ପୂର୍ଣ୍ଣ ଭାବରେ ଲିଭାଇ ଦେବା ମୁଡ୍ ରେ ଅଛି। ବୁଧବାର, ଭାରତ ଚେନାବ ନଦୀରେ ସାୱାଲକୋଟ ଜଳବିଦ୍ୟୁତ୍ ପ୍ରକଳ୍ପ ପାଇଁ ଏକ ଅନ୍ତର୍ଜାତୀୟ ଟେଣ୍ଡର ଜାରି କରିଛି। ରଣନୈତିକ ଦୃଷ୍ଟିକୋଣରୁ, ଏହା ଭାରତର ଏକ ବଡ଼ ପଦକ୍ଷେପ, ଯାହା ଅଧୀନରେ ସିନ୍ଧୁ ନଦୀର ଜଳକୁ ନିଜ ସ୍ୱାର୍ଥରେ ବ୍ୟବହାର କରଯାଇ ପାରିବ । କାରଣ, ସିନ୍ଧୁ ଜଳ ଚୁକ୍ତିନାମା ଆଢୁଆଳରେ ପାକିସ୍ତାନ ବାଧା ଯୋଗୁଁ ଏହି ପ୍ରକଳ୍ପ ଦଶନ୍ଧି ଧରି ପଡ଼ି ରହିଥିଲା। ସିନ୍ଧୁ ଜଳ ଚୁକ୍ତିନାମା ବନ୍ଦର ପ୍ରଭାବ ଆରମ୍ଭ ପହଲଗାମ ଆକ୍ରମଣର ପରଦିନ, ଅର୍ଥାତ ୨୩ ଏପ୍ରିଲ, ୨୦୨୫ ରେ ଭାରତ ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ ରଖିଥିଲା ଏବଂ ୩୦ ଜୁଲାଇ, ୨୦୨୫ ରେ, ୧,୮୫୬ ମେଗାୱାଟ ସାୱାଲକୋଟ…

Read More