Author: Sarasinee Subudhi

ମାଲେଗାଓଁ ଭିକ୍କୁ ଚୌକ ବିସ୍ଫୋରଣରେ ଛଅ ଜଣଙ୍କର ମୃତ୍ୟୁ ଏବଂ ଶହେରୁ ଅଧିକ ଆହତ ହେବାର ସତର ବର୍ଷ ପରେ, ମୁମ୍ବାଇର ଏକ ସ୍ୱତନ୍ତ୍ର ଏନଆଇଏ(NIA) କୋର୍ଟ ସମସ୍ତ ସାତ ଜଣ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଗୁରୁବାର, ଜୁଲାଇ ୩୧ ତାରିଖରେ, କୋର୍ଟ ଘୋଷଣା କରିଛନ୍ତି ଯେ ଅଭିଯୋଗ କରିଥିବା ପକ୍ଷ ସନ୍ଦେହ ବାହାରେ ନିଜର ମାମଲା ପ୍ରମାଣ କରିବାରେ ବିଫଳ ହୋଇଛି, ଯାହାଦ୍ବାରା ଭାରତର ସବୁଠାରୁ ଦୀର୍ଘକାଳୀନ ଆତଙ୍କବାଦ ମାମଲା ମଧ୍ୟରୁ ଗୋଟିଏକୁ ବନ୍ଦ କରିଦେଇଛି। ୨୦୦୮ ମସିହାରେ ମାଲେଗାଓଁ ବିସ୍ଫୋରଣ ଫଳରେ ଭାରତରେ ପ୍ରଥମ ଥର ପାଇଁ “ହିନ୍ଦୁ ଆତଙ୍କ” ଏବଂ “ଗେରୁଆ ଆତଙ୍କ” ଅଭିଯୋଗ ଆସିଥିଲା। ପୂର୍ବତନ ବିଜେପି ସାଂସଦ ପ୍ରଜ୍ଞା ସିଂହ ଠାକୁର ଏବଂ ଲେଫ୍ଟନାଣ୍ଟ କର୍ଣ୍ଣେଲ ପ୍ରସାଦ ଶ୍ରୀକାନ୍ତ ପୁରୋହିତ, ଯେଉଁମାନେ ତଥାକଥିତ “ହିନ୍ଦୁ ଆତଙ୍କବାଦର ଚେହେରା ପାଲଟିଥିଲେ, ସେମାନଙ୍କୁ ଏନଆଇଏ କୋର୍ଟ ଏବେ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। କୋର୍ଟ ରାୟ ଦେଇଛନ୍ତି…

Read More