Author: Sarasinee Subudhi

ନବୀନ ସରକାର ଆଦିବାସୀଙ୍କ ଉନ୍ନତି ନାମରେ କୁମ୍ଭୀର କାନ୍ଦଣା କାନ୍ଦିବା ସହିତ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥକୁ ଅଫିସରମାନଙ୍କ ଜରିଆରେ ହଡ଼ପ କରିଥିବା ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ (ସିଏଜି) ସ୍ପଷ୍ଟ କରିଛନ୍ତି। ୨୦୧୯ରେ କ୍ଷମତାକୁ ଆସିବା ପାଇଁ ନବୀନ ସରକାର ଆଦିବାସୀମାନଙ୍କ ଉନ୍ନତି ପାଇଁ ଯେଉଁ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ କରିଥିଲେ ତାହା ଏକ ପ୍ରବଞ୍ଚନା ଥିଲା ବୋଲି ସିଏଜି ରିପୋର୍ଟରୁ ସ୍ପଷ୍ଟ ହୋଇଛି। ରାଜ୍ୟର ଆଦିମ ଆଦିବାସୀମାନଙ୍କ ଉନ୍ନତି ପାଇଁ ଆସିଥିବା ଅର୍ଥକୁ ରାଜ୍ୟ ସରକାର ଖର୍ଚ୍ଚ କରିନପାରିବାରୁ ୭୪୯ କୋଟି ଟଙ୍କା ଫେରିଯାଇଥିଲା। ଓଡ଼ିଶାରେ ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା (ଆଇଟିଡିଏ) ଅଧୀନରେ ୨୦୧୮-୧୯ ଆର୍ଥିକ ବର୍ଷରୁ ୨୦୨୨-୨୩ ମଧ୍ୟରେ ଉନ୍ନୟନ ପ୍ରକଳ୍ପ ପାଇଁ ଉଦ୍ଦିଷ୍ଟ ୧୪୮.୭୫ କୋଟି ଟଙ୍କାର ସରକାରୀ ପାଣ୍ଠିର “ସନ୍ଦେହଜନକ ଅପବ୍ୟବହାର” ହୋଇଥିବା ନେଇ ନିୟନ୍ତ୍ରକ ଏବଂ ଅଡିଟର ଜେନେରାଲ (ସିଏଜି) ସ୍ପଷ୍ଟ କରିଛନ୍ତି। ବୁଧବାର ରାଜ୍ୟ ବିଧାନସଭାରେ ଉପସ୍ଥାପିତ ଏକ…

Read More