Author: Sarasinee Subudhi

ବିଜେଡିରୁ ନିଲମ୍ବିତ ହୋଇଥିବା ଶ୍ରୀମୟୀ ମିଶ୍ର ଏବେ ଖୋଦ ବିଜେଡିରେ ତଣ୍ଟିରେ କଣ୍ଟା ହୋଇ ଲାଗିଲେଣି। ନିଲମ୍ବିତ ହେଲାପରେ ଶ୍ରୀମୟୀ ଏବେ ବିଜେଡି ଶିବିରକୁ ଗୋଟିଏ ପରେ ଗୋଟିଏ ମିସାଇଲ ଛାଡିବାରେ ଲାଗିଛନ୍ତି। ନିଲମ୍ବନ ପତ୍ରରେ ଦସ୍ତଖତ କରିଥିବା ବରିଷ୍ଠ ବିଜେଡି ନେତା ପ୍ରତାପ ଜେନା ଏଥିରେ ପ୍ରଥମେ ଘାଇଲା ହୋଇଥିବାବେଳେ ଆଗକୁ ଅନ୍ୟମାନଙ୍କୁ ନିଶାଣରେ ରଖିଥିବା ଶ୍ରୀମୟୀଙ୍କ ସୋସିଆଲ ମିଡିଆ ପୋଷ୍ଟରୁ ସ୍ପଷ୍ଟ ହେବାରେ ଲାଗିଛି। ଶ୍ରୀମୟୀ ସିଧାସଳଖ ଆରୋପ କରିଛନ୍ତି ଯେ ପ୍ରତାପ ଜେନା ନିର୍ବାଚନ ହାରିଲା ପରେ ଏବେ ଜଣେ ବିଧାୟକଙ୍କ ବାସଭବନରେ ଭଡ଼ାରେ ରହୁଛନ୍ତି। ଜଣେ ବିଧାୟକ ଆଉ ଜଣେ ବିଧାୟକଙ୍କୁ ସରକାରୀ ବାସଭବନ ଭଡ଼ାରେ ଦେଇପାରିବେ କି ନାହିଁ ବୋଲି ସେ ପ୍ରଶ୍ନ କରିଛନ୍ତି। ଏଭଳି ପ୍ରସଙ୍ଗ ଉଠାଇ ସେ ଏବେ ଉଭୟ ବିଜେଡି ଓ ସରକାରଙ୍କ କୋର୍ଟକୁ ବଲ୍ ଫିଙ୍ଗିଛନ୍ତି। ଏ ନେଇ ପ୍ରତା ଜେନା କୌଣସି ପ୍ରତିକ୍ରିୟା ଦେଇନଥିବାବେଳେ ସରକାର ଏହା…

Read More