Author: Sarasinee Subudhi

ରାଜ୍ୟରେ ବଡ଼ କଷ୍ଟରେ ସରକାର ଗଠନ କରିଛି ବିଜେପି। ଇତି ମଧ୍ୟରେ ପ୍ରଥମ ବିଜେପି ସରକାରକୁ ଏକ ବର୍ଷ ବି ପୂରିଛି। କିନ୍ତୁ ଯେଉଁ ରୋଗରେ ଆକ୍ରାନ୍ତ ହୋଇ ଅଢ଼େଇ ଦଶନ୍ଧି ତଳେ ନିଜର ନିପାତର ବିଷମଞ୍ଜି ବୁଣିଥିଲା କଂଗ୍ରେସ ସେହି ବିଷମଞ୍ଜିକୁ ବିହନ କରିଛି ବିଜେପି। ଅର୍ଥାତ୍‍ କଂଗ୍ରେସ ରୋଗ ସରକାରୀ ଦଳକୁ ବ୍ୟାପିଛି। ଏଠାରେ ନେତା ଆଗ ନେତା ହୋଇ ନାହାନ୍ତି। ପୁଣି ମନ୍ତ୍ରୀ କେବଳ ପଦକୁ ମାତ୍ର। ଅଫିସରଙ୍କୁ ନିୟନ୍ତ୍ରଣ କରିପାରୁ ନାହାନ୍ତି ସରକାର। ହାତ ଟେକି ଦେଇ ମନ୍ତ୍ରିମଣ୍ଡଳ ଅପେକ୍ଷା କରୁଛନ୍ତି କେନ୍ଦ୍ରୀୟ ନିଷ୍ପତ୍ତିକୁ।  ଆଉ ମୁଖ୍ୟମନ୍ତ୍ରୀ କୌଣସି ସୁପର ପାଓ୍ୱାରଙ୍କ ନିର୍ଦ୍ଦେଶକୁ। ଆଜି ରଜର ପ୍ରଥମ ଦିନ। ରାଜ୍ୟର ବିଭିନ୍ନ ଆଡ଼େ ହର୍ଷ ଓ ଉଲ୍ଲାସର ବାତାବରଣ। ସରକାର ବି ଏହି ଅବସରରେ ନିଜର ପ୍ରଚାର କରିବାକୁ ଭୁଲି ନାହାନ୍ତି। ବିଜେପି ରଙ୍ଗରେ ବିଭିନ୍ନ ଖବରକାଗଜରେ ଆଜି ସରକାରଙ୍କ ପକ୍ଷରୁ ବିଜ୍ଞାପନ ଛପାଯାଇଛି। କିନ୍ତୁ…

Read More