Author: Sarasinee Subudhi

ବିଜେପି ସରକାରକୁ ବର୍ଷେ ପୂରିଲାଣି, କିନ୍ତୁ ମନ୍ତ୍ରୀମାନେ ନାହିରେ ତେଲ ଦେଇ ଶୋଇଛନ୍ତି ଅଥବା ମନ୍ତ୍ରୀ ହେବା ନିଶାରେ ମସଗୁଲ ହୋଇ ବୁଲୁଛନ୍ତି। କିନ୍ତୁ ଏଭଳି ଅପଦାର୍ଥ ନେତାମାନଙ୍କୁ ନିର୍ବାଚିତ କରିଥିବାରୁ ମତଦାତାମାନେ ଏବେ ଘୋର ମନସ୍ତାପରେ ରହିଛନ୍ତି। କାରଣ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀ ଏବେ ନିଘୋଡ଼ ନିଦ୍ରାରେ ଶୋଇଥିବାରୁ ରାଜ୍ୟରେ ସ୍ୱାସ୍ଥ୍ୟାବସ୍ତା କିଭଳି ଅଛି ତାହା ସେ ଜାଣିପାରୁନାହାନ୍ତି। ରାଜ୍ୟରେ ଲୋକମାନେ ରୋଗରେ ପଡ଼ି ପୋକମାଛି ଭଳି ମରୁଥିଲେ ବି ତାଙ୍କର କିଛି ଚିନ୍ତା ନାହିଁ। ରାଜ୍ୟର କୌଣସି ଉପାନ୍ତ ଅଞ୍ଚଳ ନୁହେଁ ରାଜଧାନୀଠାରୁ ମାତ୍ର ୮୦ କିମି ଦୂରରେ ଥିବା ଯାଜପୁର ଜିଲ୍ଲାରେ ହଇଜାବ୍ୟାପୀ ୧୧ ଜଣ ମୃତ୍ୟୁବରଣ କରିସାରିଲେଣି। ପାଞ୍ଚ ହଜାରରୁ ଅଧିକ ଲୋକ ଆକ୍ରାନ୍ତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସା ଆଳରେ ମୃତ୍ୟୁସହିତ ସଂଗ୍ରାମ କରୁଛନ୍ତି। କିନ୍ତୁ ରାଜ୍ୟର ସ୍ୱାସ୍ଥ୍ୟମନ୍ତ୍ରୀଙ୍କର ନିଦ ଭାଙ୍ଗୁନାହିଁ। ସେ ରାଜ୍ୟର ପଶ୍ଚିମାଞ୍ଚଳ ଖାସ୍‍ କରି ତଥାକଥିତ କୋଶଳ ଅଞ୍ଚଳର ଲୋକ। ତେଣୁ…

Read More