Author: Sarasinee Subudhi

ଜଳବାୟୁ ପରିବର୍ତ୍ତନର ସାଂଘାତିକ ପ୍ରଭାବ ଏବେ ଭାରତ, ଚୀନ ଓ ପାକିସ୍ତାନରେ ଦେଖିବାକୁ ମିଳିଛି । ମାତ୍ରାଧିକ ବର୍ଷା ଓ ଏହାର ତୀବ୍ରତା ଯୋଗୁଁ ବନ୍ୟା ଓ ଭୂସ୍ଖଳନ ଜନଜୀବନକୁ ବିପର୍ଯ୍ୟସ୍ତ କରିଛି। ସହରୀକରଣ, ଶିଳ୍ପାୟନ ଓ ଜଙ୍ଗଲ କ୍ଷୟ ଏହି ବିପର୍ଯ୍ୟୟକୁ ପ୍ରଳୟଙ୍କରୀ କରୁଛି । ଏହି ଦେଶଗୁଡ଼ିକରେ ବର୍ଷା ଋତୁରେ ବନ୍ୟା ସାଧାରଣ ହେଲେ ମଧ୍ୟ, ଚଳିତ ବର୍ଷ ବର୍ଷାର ତୀବ୍ରତା ଚିନ୍ତାଜନକ ଓ ଏହାର କାରଣ ଅନୁସନ୍ଧାନ ସାପେକ୍ଷ ବୋଲି ପରିବେଶ ବିଜ୍ଞାନୀମାନେ ମତ ଦେଉଛନ୍ତି । ଜମ୍ମୁ ଓ କାଶ୍ମୀରରେ ପ୍ରବଳ ବର୍ଷା ଯୋଗୁଁ ଦୁଇ ଦିନ ମଧ୍ୟରେ ଭୁସ୍ଖଳନରେ ଅତି କମ୍‌ରେ ୩୫ ଜଣଙ୍କର ମୃତ୍ୟୁ ହୋଇଛି। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ଶତାଧିକ ଗୁରୁତ୍ୱପୂର୍ଣ୍ଣ ସଂଯୋଗକାରୀ ମାର୍ଗ ବନ୍ଦ ରହିଛି। ଚଳିତ ମୌସୁମୀ ଋତୁରେ ହିମାଚଳ ପ୍ରଦେଶରେ ମୃତ୍ୟୁସଂଖ୍ୟା ୩ ଶହ ଅତିକ୍ରମ କଲାଣି। ଏବେ ଜମ୍ମୁ-କାଶ୍ମୀରରେ ପ୍ରକୃତିର ତାଣ୍ଡବ ଜାରି ରହିଛି। ଚେନାବ…

Read More