Author: Sarasinee Subudhi

ଇସ୍ରାଏଲର ଇରାନର ପରମାଣୁ ଆଡ୍ଡା ଉପରେ ଆକ୍ରମଣର ଗୋଟିଏ ଦିନ ପୂର୍ବେ ଇସ୍ଲାମୀ ଗଣତନ୍ତ୍ର ଇରାନ ଦାବି କରିଥିଲା ଯେ ତା’ ହାତରେ ଇସ୍ରାଏଲର ସମସ୍ତ ଗୁପ୍ତ ପରମାଣୁ ଦଲିଲ ଲାଗିଛି। ଏହା ଇସ୍ରାଏଲ ପାଇଁ ବିପଦସଙ୍କୁଳ ହେବ ବୋଲି ସେମାନେ କହିଥିଲେ। ଏହି ଦାବି ପରେ ଇସ୍ରାଏଲ ଓ ଆମେରିକା ଇରାନ ବିରୁଦ୍ଧରେ ତୀବ୍ର ଘେରାବନ୍ଦୀ କରିଥିଲେ ଏବଂ ତା’ପରେ ଲଗାତାର ଆକ୍ରମଣ କରିଥିଲେ। ଇସ୍ରାଏଲ ବହୁ ପୂର୍ବରୁ କହି ଆସୁଛି ଯେ ସେ ନିଜ ପଡ଼ୋଶୀ ଓ ଶତ୍ରୁ ଦେଶମାନଙ୍କ ପାଖରେ ପରମାଣୁ ବୋମା ରହିବାର କୌଣସି ସମ୍ଭାବନାକୁ ଅନୁମତି ଦେବ ନାହିଁ। ତା’ ପୂର୍ବରୁ ସେମାନଙ୍କୁ ଧ୍ୱଂସ କରିବାକୁ ଚେଷ୍ଟା କରିବ। ଇସ୍ରାଏଲ ଏହା କରି ମଧ୍ୟ ଦେଖାଇଛି। ଶୁକ୍ରବାର ଇସ୍ରାଏଲ ଇରାନ ଉପରେ ଯେଉଁ ବାୟୁ ଆକ୍ରମଣ କରିଥିଲା, ତା’ ପରେ ସେ ଦାବି କରିଥିଲା ଯେ ଇରାନର ପରମାଣୁ ଠିକଣାଗୁଡ଼ିକୁ ଧ୍ୱଂସ କରିଛି। କିନ୍ତୁ…

Read More