Author: Sarasinee Subudhi

ହିମାଳୟ କ୍ଷେତ୍ରରେ ଅର୍ଥାତ ପାଦ ଦେଶରେ ଥିବା ରାଜ୍ୟଗୁଡିକର ଅସ୍ତିତ୍ବ ଏବେ ସଙ୍କଟରେ ପଡ଼ିଛି ବୋଲି ସୁପ୍ରିମକୋର୍ଟ ହୃଦୟଙ୍ଗମ କରିଛନ୍ତି। ଏହି ରାଜ୍ୟଗୁଡିକରେ ପରିବେଶ ଜନିତ ସଂନ୍ତୁଳନ ନେଇ କୋର୍ଟ ବାରମ୍ବାର ଚିନ୍ତା ପ୍ରକଟ କରି ଆସିଛନ୍ତି। ହିମାଳୟ କ୍ଷେତ୍ରରେ ୧୩ଟି ରାଜ୍ୟ ଅବସ୍ଥାନ କରୁଛି । ଏଗୁଡିକ ହେଲା ଜମ୍ମୁ-କଶ୍ମୀର, ଲାଦାଖ, ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ସିକ୍କିମ, ତ୍ରିପୁରା, ଆସାମ ଓ ପଶ୍ଚିମବଙ୍ଗର କିଛି ଅଂଶ। ଏହି ରାଜ୍ୟଗୁଡିକର ମୋଟ୍ ସୀମା ୨୫୦୦ କିଲୋମିଟର। ଏହାକୁ ଭାରତର ‘ଜଳ ମୀନାର’ ବୋଲି କୁହାଯାଇଥାଏ । କାରଣ ଏହି ରାଜ୍ୟ ତଥା ହିମାଳୟ କ୍ଷେତ୍ରରୁ ବଡ଼ ବଡ଼ ନଦୀଗୁଡିକ ବାହାରିଥାଏ। ଚଳିତ ବର୍ଷ ଏହି କ୍ଷେତ୍ରରେ ୧୦୦ରୁ ଊର୍ଦ୍ଧ୍ବ ପ୍ରାକୃତିକ ବିପର୍ଯ୍ୟୟ ଘଟିଛି। ଖାସ୍ କରି ଉତ୍ତରାଖଣ୍ଡ, ହିମାଚଳ, ଜମ୍ମୁ-କଶ୍ମୀରରେ ବହୁତ କ୍ଷୟକ୍ଷତି ହେବା ସହ ଧନଜୀବନ ହାନି ହୋଇଛି। ମୋଟ ଉପରେ…

Read More