Author: Sarasinee Subudhi

ଆଜି ଦିଲ୍ଲୀର ଯଶୋଭୂମିରେ ଓଡ଼ିଶା ଏହାର ଯଶବାନା ଉଡ଼ାଇଛି। ସ୍ୱଳ୍ପକୁ ସୁଖର ଆଧାର ବୋଲି ଗ୍ରହଣ କରିଥିବା ଓଡ଼ିଶା ଯେ ସୁଯୋଗ ଆସିଲେ ସାରା ଭାରତକୁ ଚକିତ କରିଦିଏ ତାହାକୁ ସ୍ପଷ୍ଟ କରିଦେଇଛି। ଓଡ଼ିଶା ଗରିବ ହେଲେ ବି ଉନ୍ନତ ଚିନ୍ତା କରେ ଆଉ ଦେଶର ହାତଗଣତି ପ୍ରତିଭାଙ୍କ ଭିତରେ ନିଜକୁ ପ୍ରତିଷ୍ଠିତ କରିପାରେ ତାହାକୁ ପ୍ରତିପାଦିତ କରିଛି। ଯାହାର ନିଦର୍ଶନ ହୋଇଛି ପ୍ରଥମ ଭାରତ ତିଆରି ସେମିକଣ୍ଡକ୍ଟର ଚିପରେ ଓଡ଼ିଶାର ନାଁ। ଆଜି ସଗର୍ବେ ପ୍ରଧାନମନ୍ତ୍ରୀଙ୍କୁ ଏହି ତିନିଟି ଚିପ୍‍କୁ ହସ୍ତାନ୍ତର କରାଯାଇଛି ଆଗାମୀ ଦିନରେ ବିଶ୍ୱକୁ ନିୟନ୍ତ୍ରଣ ପାଇଁ। ୧୯୭୦ ଏବଂ ୮୦ ଦଶକରେ ଭାରତର ଟେଲିଭିଜନ୍‍ ଇଣ୍ଡଷ୍ଟ୍ରୀରେ ଓଡ଼ିଶା ଏକ ବଡ଼ ନାଁ ଥିଲା। ମଞ୍ଚେଶ୍ୱରରେ ନିର୍ମାଣ କରାଯାଉଥିବା କୋଣାର୍କ ଟେଲିଭିଜନ୍‍କୁ କିଣିବା ପାଇଁ ଭାରତୀୟ ବଜାର ଉତ୍ସୁକତାର ସହ ଅନାଇ ବସୁଥିଲା। ପ୍ରାୟ ଦୁଇ ଦଶନ୍ଧି ଧରି ଉଭୟ କଳା ଧଳା ଓ ରଙ୍ଗୀନ ଟିଭି…

Read More