Author: Sarasinee Subudhi

ଟାରିଫ ଯୁଦ୍ଧ ପରେ ବିଶ୍ଵରେ ନୂଆ ରଣନୈତିକ ସମ୍ପର୍କ ଗଢ଼ି ଉଠୁଛି । ପୁରୁଣା ମେଣ୍ଟ ଭାଙ୍ଗୁଛି। କ୍ୱାଡ ଶିଖର ସମ୍ମିଳନୀକୁ ନେଇ ଅନିଶ୍ଚିତତା ଲାଗି ରହିଥିବା ବେଳେ ଚୀନର ସରକାରୀ ଗଣମାଧ୍ୟମ କ୍ୱାଡ୍ ଆଳରେ ଭାରତକୁ ଉପଦେଶ ଦେଇଛି । କ୍ୱାଡ ଆଉ ନାହିଁ ବୋଲି ଚୀନ ଗଣମାଧ୍ୟମ କହି ସାରିଲାଣି । ସୂଚନାଯୋଗ୍ୟ ଯେ, କ୍ୱାଡରେ ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଆମେରିକା ଅଛନ୍ତି । ପ୍ରଶାନ୍ତ ମହାସାଗର କ୍ଷେତ୍ରରେ ସ୍ଥିରତା ଓ ରଣନୈତିକ ପ୍ରଭାବ ପାଇଁ ଏହି ମେଣ୍ଟ ଗଠନ ହୋଇଥିଲା । କିନ୍ତୁ ଟ୍ରମ୍ପଙ୍କ କାରନାମା ପରେ ଭାରତ କ୍ୱାଡକୁ ନେଇ ସେତେ ଆଗ୍ରହୀ ନଥିବା ଭଳି ଲାଗୁଛି । ସେପଟେ ସାଂଘାଇ ସହଯୋଗ ସଂଗଠନ(ଏସସିଓ) ଶିଖର ସମ୍ମିଳନୀରେ ଚୀନ, ଋଷ ଓ ଭାରତ ମଧ୍ୟରେ ମେଣ୍ଟ ହେବାକୁ ଯାଉଛି ବୋଲି କୁହାଯାଉଛି । ଋଷିଆ ସହ ଭାରତର ସମ୍ପର୍କ ସମସ୍ତଙ୍କୁ ଜଣା। ଋଷ ଭାରତର…

Read More