Author: Sarasinee Subudhi

ନାଟୋ ରାଷ୍ଟ୍ର ଏବଂ ଋଷ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ଯୋଗୁଁ ଯେକୌଣସି ମୁହୂର୍ତ୍ତରେ ତୃତୀୟ ବିଶ୍ବଯୁଦ୍ଧ ହୋଇପାରେ ବୋଲି ଆଶଙ୍କା କରାଯାଉଛି। ଫ୍ରାନ୍ସର ଯୁଦ୍ଧ ପ୍ରସ୍ତୁତିରୁ ଏଭଳି ସଙ୍କେତ ମିଳିଛି। ପ୍ରଘଟ ହୋଇଯାଇଥିବା ଏକ ଗୁଇନ୍ଦା ଚିଠିରୁ ଏହା ଜଣାପଡ଼ିଛି। ଫ୍ରାନ୍ସ ନିଜ ନାଗରିକ ଏବଂ ହସ୍ପିଟାଲଗୁଡିକୁ ବଡ଼ଧରଣର ଯୁଦ୍ଧ ପାଇଁ ପ୍ରସ୍ତୁତ ରହିବାକୁ କହିଛି। ଏଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମାର୍ଗଦର୍ଶିକା ମଧ୍ୟ ଜାରି କରିସାରିଛି। ୨୦୨୬ ମାର୍ଚ୍ଚ ସୁଦ୍ଧା ଦିନକୁ ଶତାଧିକ ଆହତ ସୈନିକଙ୍କ ଯତ୍ନ ନେବା ପାଇଁ ପ୍ରସ୍ତୁତ ରହିବାକୁ ଡାକ୍ତରଖାନାଗୁଡିକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ଏହି ସୂତ୍ରରୁ ପ୍ରକାଶ। ଏହି ଗୁପ୍ତ ଚିଠିରୁ ଜଣାପଡ଼ିଛି ଯେ ଫ୍ରାନ୍ସ କେବଳ ନିଜର ନୁହେଁ, ବରଂ ନାଟୋ ଦେଶର ସୈନିକଙ୍କ ପାଇଁ ମଧ୍ୟ ଚିକିତ୍ସା ବ୍ୟବସ୍ଥା କରୁଛି। ଏଥିନିମନ୍ତେ ଉନ୍ନତ ବ୍ୟବସ୍ଥା ପ୍ରସ୍ତୁତ କରିବାକୁ କୁହାଯାଇଛି। ନାଟୋର ଧାରା-୫ ଅନୁଯାୟୀ କୌଣସି ସଦସ୍ୟ ରାଷ୍ଟ୍ରଙ୍କ ଉପରେ ଆକ୍ରମଣ ହେଲେ…

Read More