Author: Sarasinee Subudhi

ବିଶ୍ୱରେ ସବୁଠାରୁ ଜନବହୁଳ ରାଷ୍ଟ୍ର ଭାରତ। ଏଥିମଧ୍ୟରେ ଲୋକସଂଖ୍ୟା ୧୪୪ କୋଟି ଅତିକ୍ରମ କଲାଣି। ଆମ ଅର୍ଥନୀତି ମଧ୍ୟ ୪ଟ୍ରିଲିୟନ୍‌‌ ଡଲାର ଅତିକ୍ରମ କରି ଚତୁର୍ଥ ବୃହତ୍‌‌ ଅର୍ଥନୀତିର ମର୍ଯ୍ୟାଦା ହାସଲ କରିଛି। ତେବେ ଦେଶର ଏକଶହ ବିତ୍ତଶାଳୀ ବ୍ୟକ୍ତିଙ୍କ ହାତରେ ୧ ଟ୍ରିଲିୟନ୍‌‌ ଡଲାର ସମ୍ପତ୍ତି ଠୁଳ ହୋଇ ରହିଛି। ତେଲିଆ ମୁଣ୍ଡରେ ତେଲ ଭଳି କିଛି ସୀମିତ ଲୋକଙ୍କ ଉପାର୍ଜନ ବଢ଼ୁଛି। ସେମାନେ ଜାତୀୟ ସମ୍ୱଳକୁ ନିଜ କରାୟତ୍ତରେ ରଖିବାକୁ ସମର୍ଥ ହୋଇଛନ୍ତି। ସରକାରୀ ଓ ବେସରକାରୀ ସ୍ତରରେ ସମସ୍ତ ସୁବିଧା ସୁଯୋଗ ସେହି ବର୍ଗ ହିଁ ଉପଭୋଗ କରୁଛନ୍ତି। ଏତେ ବିପୁଳ ଜନସଂଖ୍ୟା ମଧ୍ୟରୁ ବାର୍ଷିକ କୋଟିଏ ଟଙ୍କା ଉପାର୍ଜନ କ୍ଷମତା ହାସଲ କରିଥିବା ଲୋକଙ୍କ ସଂଖ୍ୟା ୪.୬୮ ଲକ୍ଷରେ ସୀମିତ ଅଛି। ଏହି କୋଟିପତିଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି। ବିସିଜିର ପରିସଂଖ୍ୟାନ ଆକଳନ କରିଛି ଯେ ୨୦୨୯ ସୁଦ୍ଧା ଏହି କୋଟିପତିଙ୍କ ସଂଖ୍ୟା ୫୫…

Read More