Author: Sarasinee Subudhi

ଓଡ଼ିଶାରେ ହଇଜା ଏବଂ ଡାଇରିଆର ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି, ଯାଜପୁର, କେଉଁଝର, କଟକ, କେନ୍ଦ୍ରାପଡ଼ା, ଭଦ୍ରକ ଏବଂ ଢେଙ୍କାନାଳ ଭଳି ଅତି କମରେ ଛଅଟି ଜିଲ୍ଲାରେ ସଂଖ୍ୟାଧିକ ମାମଲା ରିପୋର୍ଟ ହୋଇଛି, ଯାହା ଏବେ ସରକାରରୁ ସାଧରଣ ଲୋକ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ରାଜ୍ୟରେ ଏବେ ହଇଜା ପାଇଁ ହାହାକାର ଖେଳି ଯାଇଛି। ଜିଲ୍ଲା ପରେ ଜିଲ୍ଲାକୁ ମାଡ଼ି ଚାଲିଛି ଝାଡ଼ାବାନ୍ତି। ଏହର କେନ୍ଦ୍ରସ୍ଥଳ ଯାଜପୁରରେ ମୃତ୍ୟୁ ସଂଖ୍ୟା ୭ କୁ ବୃଦ୍ଧି ପାଇଛି, ଏହାସହ ୨୬୦ ରୁ ଅଧିକ ଲୋକଙ୍କ ପକ୍ଷରେ ଗମ୍ଭୀର ଡାଇରିଆର ଲକ୍ଷଣ ଦେଖାଯିବା ସହ ସେମାନେ ଏବେ ଚିକିତ୍ସାଧୀନ ଅଛନ୍ତି। କର୍ତ୍ତୃପକ୍ଷମାନେ ପ୍ରତିରୋଧ ପଦକ୍ଷେପକୁ ତୀବ୍ର କରିବା ସତ୍ତ୍ୱେ, ସ୍ୱାସ୍ଥ୍ୟ ଅଧିକାରୀମାନେ ପ୍ରକାଶ କରିଛନ୍ତି ଯେ ଏହି ପ୍ରକୋପକୁ ଏବେ ରୋକିବା ସମ୍ଭବ ହେଉନି ଏବଂ ବର୍ତ୍ତମାନ ମହାମାରୀ ପର୍ଯ୍ୟାୟରେ ଅଛି। ହଟ୍‌ସ୍ପଟ୍‌ ଯାଜପୁରରେ ମାରାତ୍ମକ ଭିବ୍ରିଓ କଲେରାର ଉପସ୍ଥିତି ନେଇ…

Read More