Author: Sarasinee Subudhi

ଓଡ଼ିଶା ପ୍ରିମିୟର ଲିଗ୍ (OPL) କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ କଟକର ବାରବାଟୀ ଷ୍ଟାଡିୟମରେ ସେପ୍ଟେମ୍ବର ୧୭ ତାରିଖରେ ଆରମ୍ଭ ହେବ ଏବଂ ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ (OCA) ର ତତ୍ତ୍ୱାବଧାନରେ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ। ଆଇପିଏଲ ଫର୍ମାଟ୍ ଉପରେ ଆଧାରିତ, ଏହି ଲିଗରେ ୬ଟି ଅଂଶଗ୍ରହଣକାରୀ ଦଳ, ପୁରୀ ଟାଇଟାନ୍ସ, ଭୁବନେଶ୍ୱର ଟାଇଗର୍ସ, କଟକ ପାନ୍ଥର୍ସ, କେଉଁଝର ମାଇନର୍ସ, ସମ୍ବଲପୁର ୱାରିୟର୍ସ ଏବଂ ରାଉରକେଲା ଷ୍ଟିଲର୍ସ ନିଜର କମାଲ ଦେଖାଇବେ। ତେବେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ, ଏହି ସିଜିନରେ କେବଳ ୧୬ ରୁ ୨୨ ବର୍ଷ ବୟସର ଖେଳାଳିମାନେ ଅଂଶଗ୍ରହଣ କରିବେ, ଯାହା ଉଦୀୟମାନ କ୍ରିକେଟରଙ୍କ ପାଇଁ ଏକ ପ୍ଲାଟଫର୍ମ ପ୍ରଦାନ କରିବ। ବିଭିନ୍ନ ବର୍ଗରେ ମୋଟ ୧୭୦ ଜଣ ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଅଂଶଗ୍ରହଣ କରିବେ। ଭୁବନେଶ୍ୱରର ଏକ ହୋଟେଲରେ ସମ୍ପ୍ରତି ଅନୁଷ୍ଠିତ ଖେଳାଳି ନିଲାମରେ ଓପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏକ ଡ୍ରାଫ୍ଟ ସିଷ୍ଟମ୍ ପ୍ରଚଳନ…

Read More