Author: Sarasinee Subudhi

ଚୀନଠୁ ଚତୁର କେହି ଦେଶ ନାହାନ୍ତି ବୋଲି ବିଶ୍ବାସ କରାଯାଏ। ଚୀନ ଦ୍ରୁତ ଗତିରେ ତାର ପରମାଣୁ ଅସ୍ତ୍ର ବୃଦ୍ଧି କରୁଛି। ଏକ ରିପୋର୍ଟ ଅନୁଯାୟୀ, ଚୀନ୍ ପ୍ରତିବର୍ଷ ୧୦୦ ପରମାଣୁ ଅସ୍ତ୍ର ତିଆରି କରୁଛି। ଏହି ସଂଖ୍ୟା ଭାରତର ପରମାଣୁ ଅସ୍ତ୍ର ଭଣ୍ଡାର ଅପେକ୍ଷା ତିନି ଗୁଣ ଅଧିକ ବୋଲି କୁହାଯାଉଛି। ଷ୍ଟକହୋମ୍ ଇଣ୍ଟରନ୍ୟାସନାଲ୍ ପିସ୍ ଇନଷ୍ଟିଚ୍ୟୁଟ୍ (SIPRI)ର ଏକ ରିପୋର୍ଟରେ ଏହି ସୂଚନା ଦିଆଯାଇଛି। ରିପୋର୍ଟରେ କୁହାଯାଇଛି ଯେ ଭାରତ ପାଖରେ ପାକିସ୍ତାନ ତୁଳନାରେ ଟିକିଏ ଅଧିକ ପରମାଣୁ ଅସ୍ତ୍ର ଅଛି। କିନ୍ତୁ, ଦୁଇ ଦେଶ ମଧ୍ୟରେ ସାମ୍ପ୍ରତିକ ସାମରିକ ସଂଘର୍ଷ ପରମାଣୁ ଯୁଦ୍ଧର ବିପଦକୁ ବୃଦ୍ଧି କରିଥିଲା। ଏସଆଇପିଆରଆଇ (SIPRI)ର ଜଣେ ବରିଷ୍ଠ ଗବେଷକ କହିଛନ୍ତି ଯେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁଁ ପରମାଣୁ ଅସ୍ତ୍ର ବ୍ୟବହାରର ଆଶଙ୍କା ଥିଲା। ପାକିସ୍ତାନ ତୁଳନାରେ ଭାରତ ପାଖରେ ମାତ୍ର ୧୦ଟି ପରମାଣୁ ଅସ୍ତ୍ର ଅଧିକ…

Read More