Author: Sarasinee Subudhi

ଆମେରିକାର ପ୍ରତିରକ୍ଷା ସଚିବ ପିଟ୍ ହେଗସେଥ୍ ହଠାତ୍ ଏକ ଗୁପ୍ତ ବୈଠକ ଡାକିଛନ୍ତି, ଯେଉଁଥିରେ ନୌସେନା, ବାୟୁସେନା ଏବଂ ସ୍ଥଳସେନାର ୮୦୦ରୁ ଅଧିକ ଜେନେରାଲ ଯୋଗଦେବେ । ରିପୋର୍ଟ ଅନୁସାରେ, ଗତ କିଛି ଦିନ ଧରି ଏହି ବୈଠକ ପାଇଁ ପ୍ରସ୍ତୁତି ଚାଲିଛି, ଯେଉଁଥିରେ ଶହ ଶହ ବରିଷ୍ଠ ଅଧିକାରୀ ଭାଗ ନେବେ। ଏନବିସି ନ୍ୟୁଜ୍ ଅନୁସାରେ, ଏହି ବୈଠକର ପ୍ରସ୍ତୁତି ସହ ଜଡ଼ିତ ଅଧିକାରୀମାନେ କହିଛନ୍ତି ଯେ ବୈଠକର ଯୋଜନା ଏବଂ ସମୟକୁ ଅନ୍ତିମ ରୂପ ଦିଆଯାଇଛି, କିନ୍ତୁ ଏହା ଏତେ ଶୀଘ୍ର ହୋଇଛି ଯେ ଜେନେରାଲ ଏବଂ ସେନା ଅଧିକାରୀମାନଙ୍କୁ ବୈଠକରେ ଆସିବା ପାଇଁ ଫ୍ଲାଇଟ୍ ଖୋଜିବା ଏବଂ ଅନ୍ୟାନ୍ୟ ପ୍ରସ୍ତୁତି କରିବା ପାଇଁ ବେଶ୍ ପରିଶ୍ରମ କରିବାକୁ ପଡ଼ିଛି। ଏନବିସି ନ୍ୟୁଜ୍ ଅନୁସାରେ, ବୈଠକ ପାଇଁ ଅଚାନକ ଏଭଳି ଆଦେଶ ଆଦେଶ ସେନା ଅଧିକାରୀମାନଙ୍କ ମଧ୍ୟରେ ହଟଚଟ ସୃଷ୍ଟି କରିଛି, କାରଣ ଏତେ ବଡ଼ ସଂଖ୍ୟାରେ ବରିଷ୍ଠ…

Read More