Author: Anasuya Das

Ring Road: କ୍ୟାବିନେଟ୍ ଅନୁମୋଦନ ପରେ ଭୁବନେଶ୍ୱରର ରିଙ୍ଗରୋଡ୍ ପ୍ରକଳ୍ପ ଆରମ୍ଭ ହେବ ବୋଲି କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀ ଘୋଷଣା କରିଛନ୍ତି।  ୭,୦୦୦ କୋଟି ଟଙ୍କାର ଏହି ଯୋଜନାରେ ସହରର ଭିଡ଼ କମାଇବାକୁ ଲକ୍ଷ୍ୟ ରଖାଯାଇଛି। ଓଡ଼ିଶାରେ ଏବେ ୨ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ଚାଲିଥିବା ବେଳେ ଭିତ୍ତିଭୂମିରେ ଉନ୍ନତି ଆଣିବା ଏହାର ଲକ୍ଷ୍ୟ। ଖୁବ ଶୀଘ୍ର ଆରମ୍ଭ ହେବ ଭୁବନେଶ୍ୱର ରିଙ୍ଗରୋଡ କାର୍ଯ୍ୟ। କ୍ୟାବିନେଟ୍ ଅନୁମୋଦନ ମିଳିବା ପରେ ଭୁବନେଶ୍ୱର ସହରରେ ପ୍ରସ୍ତାବିତ ବାହାର ରିଙ୍ଗରୋଡ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତୀନ ଗଡ଼କରୀ ସୂଚନା ଦେଇଛନ୍ତି। ଭୁବନେଶ୍ୱରରେ ୭ ହଜାର କୋଟି ଟଙ୍କା ବ୍ୟୟରେ ଏକ ରିଙ୍ଗରୋଡ୍ ପ୍ରକଳ୍ପକୁ ବିଭାଗ ଅନୁମୋଦନ କରିସାରିଛି। ଏହି ପ୍ରସ୍ତାବ କ୍ୟାବିନେଟରେ ଉପସ୍ଥାପିତ ହୋଇଛି ଏବଂ ଆବଶ୍ୟକ ଅନୁମୋଦନ ମିଳିବା ପରେ ଖୁବ୍ ଶୀଘ୍ର ରିଙ୍ଗରୋଡ୍ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ…

Read More