Author: TRUPTIMAYEE SAHOO

ଭାରତୀୟ ରାଜନୀତିରେ କୁହାଯାଏ ଯେ ଏଠାରେ କିଛି ବି ଅସମ୍ଭବ ନୁହେଁ। ଯେତେବେଳେ ଜଣେ ଟାଣୁଆ ବିରୋଧୀ ନେତ୍ରୀ ଦେଶର ପ୍ରଧାନମନ୍ତ୍ରୀଙ୍କୁ ଭେଟନ୍ତି ଏବଂ ସାକ୍ଷାତକାରର ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରି ପ୍ରଶଂସାରେ ଶତମୁଖ ହୁଅନ୍ତି, ସେତେବେଳେ ରାଜନୈତିକ କରିଡରରେ ହଲଚଲ ସୃଷ୍ଟି ହେବା ସ୍ୱାଭାବିକ। ଶିବସେନା (ଉଦ୍ଧବ ଗୋଷ୍ଠୀ)ର ପ୍ରଭାବଶାଳୀ ନେତ୍ରୀ ତଥା ସାଂସଦ ପ୍ରିୟଙ୍କା ଚତୁର୍ବେଦୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସାକ୍ଷାତ୍‍କାର ଏବେ ଦେଶର ରାଜନୈତିକ ବାତାବରଣକୁ ଉଷ୍ମ କରିଦେଇଛି। ୫ ଦିନରେ ଦୁଇଟି ସାକ୍ଷାତକାର: ବଢ଼ୁଥିବା ନିକଟତରତା କି? ପ୍ରିୟଙ୍କା ଚତୁର୍ବେଦୀ ଗତ ୫ ଦିନ ମଧ୍ୟରେ ଦୁଇ ଦୁଇ ଥର ପ୍ରଧାନମନ୍ତ୍ରୀଙ୍କୁ ସାକ୍ଷାତ୍‍ କରିବା ସହ ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ରାଜ୍ୟସଭାରୁ ତାଙ୍କର କାର୍ଯ୍ୟକାଳ ଶେଷ ହେବା ଅବସରରେ ପ୍ରଧାନମନ୍ତ୍ରୀଙ୍କ ସହ ଏହି ସାକ୍ଷାତକାରକୁ ସେ ଏକ ‘ସ୍ମରଣୀୟ ମୁହୂର୍ତ୍ତ’ ଭାବେ ବର୍ଣ୍ଣନା କରିଛନ୍ତି। ଟ୍ୱିଟର (X) ରେ ଫଟୋ ଶେୟାର କରି…

Read More