Author: Anasuya Das

Tamil Nadu: ତାମିଲନାଡୁର ୨୨ଟି ସରକାରୀ ବିଶ୍ୱବିଦ୍ୟାଳୟ ମଧ୍ୟରୁ ୨୦ଟିର କୁଳପତି ମଧ୍ୟ ରହିଛନ୍ତି ରାଜ୍ୟପାଳ। ତାମିଲନାଡ଼ୁ ରାଜ୍ୟପାଳ ଏବେ ବି ରାଜ୍ୟ ବିଶ୍ୱବିଦ୍ୟାଳୟଗୁଡ଼ିକ କ୍ଷେତ୍ରରେ ଯଥେଷ୍ଟ କ୍ଷମତା ରଖୁଛନ୍ତି, ଯଦିଓ ନିକଟରେ ସୁପ୍ରିମକୋର୍ଟଙ୍କ ଏକ ରାୟ ରାଜ୍ୟପାଳଙ୍କୁ ୨୦ଟି ସରକାରୀ ବିଶ୍ୱବିଦ୍ୟାଳୟମଧ୍ୟରୁ ୧୮ଟିରେ କୁଳପତି ନିଯୁକ୍ତି ଦେବାର ଅଧିକାର ଛଡ଼ାଇ ନେଇଛି। ଡିଏମକେ ସରକାର ଆଣିଥିବା ୧୦ଟି ସଂଶୋଧନ ବିଲକୁ ‘ଡିମ୍ଡ ଅନୁମୋଦନ’ ଦେବା ପାଇଁ ସୁପ୍ରିମକୋର୍ଟ ଏକ ସପ୍ତାହ ତଳେ ଏକ ଐତିହାସିକ ରାୟ ଦେଇ ଧାରା ୧୪୨ ଅନୁଯାୟୀ ନିଜର ପୂର୍ଣ୍ଣାଙ୍ଗ କ୍ଷମତା ପ୍ରୟୋଗ କରିଥିଲେ। ଯଦିଓ ନୂତନ ସଂଶୋଧନ ଅଧୀନରେ ରାଜ୍ୟ ସରକାର କୁଳପତିମାନଙ୍କୁ ନିଯୁକ୍ତି ଦେବେ, ତଥାପି ବିଶ୍ୱବିଦ୍ୟାଳୟଗୁଡ଼ିକର ସଂଶୋଧନ ଏବଂ ମୂଳ ଆଇନଗୁଡ଼ିକୁ ଭଲ ଭାବରେ ଅନୁଧ୍ୟାନ କଲେ ଜଣାପଡ଼େ ଯେ ରାଜ୍ୟପାଳ-କୁଳପତି ଏବେ ବି ବିଭିନ୍ନ କ୍ଷମତା ବଜାୟ ରଖିଛନ୍ତି, ଯେଉଁଥିରେ ସିନେଟ୍ ଏବଂ ସିଣ୍ଡିକେଟ୍ ଭଳି ବିଶ୍ୱବିଦ୍ୟାଳୟର ପରିଚାଳନା ସଂସ୍ଥାର…

Read More