Author: TRUPTIMAYEE SAHOO

ଚଳିତ ବର୍ଷ ରାଜ୍ୟମାନଙ୍କରେ ଚାଲିଛି ବିଧନସଭା ନିର୍ବାଚନ । ଓଡିଶା , ପଶ୍ଚିମବଙ୍ଗ ପରେ କେରଳରେ ଚାଲିଛି ପ୍ରାର୍ଥୀପତ୍ର ଦାଖଲ ନାମା । ଏହା ମଧ୍ୟରେ ସାମ୍ନାକୁ ଆସିଛି ଏକ ଚାଞ୍ଚଲ୍ୟକର ତଥ୍ୟ । ତେବେ ଏଥର କେରଳ ବିଧାନସଭା ନିର୍ବାଚନରେ ଥିବା ନେତାଙ୍କ ମଧ୍ୟରୁ ୩୮% ପ୍ରାର୍ଥୀଙ୍କ ବିରୁଦ୍ଧରେ ରହିଛି ଫୌଜଦାରୀ ମାମଲା । ଏଥିମଧ୍ୟରେ, ସର୍ବାଧିକ କଂଗ୍ରେସର ୭୨ ପ୍ରାର୍ଥୀ ,ବିଜେପିର ୫୯ ଏବଂ ସିପିଆଇ(ଏମ୍)ର ୫୧ ପ୍ରାର୍ଥୀଙ୍କ ନାମ ତାଲିକାରେ ଅଛି । ଏହି ସମୟରେ, ୨୩% ପ୍ରାର୍ଥୀଙ୍କ ବିରୁଦ୍ଧରେ ହତ୍ୟା ଏବଂ ବଳାତ୍କାର ଭଳି ଗମ୍ଭୀର ମାମଲା ମଧ୍ୟ ରହିଛି। ତେବେ ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୮୮୩ ପ୍ରାର୍ଥୀଙ୍କ ମଧ୍ୟରୁ ୮୬୩ ଜଣଙ୍କ ଶପଥପତ୍ର ବିଶ୍ଳେଷଣ କରିବା ପରେ ସେମାନଙ୍କ ଭିତରୁ ୩୩୯ଜଣ କୋଟିପତି ଥିବା ରିପୋର୍ଟ ଦେଇଛି ‘ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍’ (ADR) । ଶନିବାର ପ୍ରକାଶିତ ଏହି ରିପୋର୍ଟରୁ ଜଣା…

Read More