Author: Anasuya Das

 ନିଷେଧାଦେଶ ଜାରି ସ୍କୁଲକଲେଜ ବନ୍ଦ  ଦୁଇ ମହିଳାଙ୍କ ସମେତ ୨୧ ଅଟକ ଅସମ୍ଭାଳ ସମ୍ଭାଲ ହିଂସା। ରବିବାର ମୋଗଲ ଯୁଗର ଏକ ମସଜିଦ୍ ସର୍ଭେ ବେଳେ ବିକ୍ଷୋଭକାରୀଙ୍କ ହିଂସାକାଣ୍ଡରେ ୩ ଜଣଙ୍କ ମୃତ୍ୟୁ ଘଟିବା ସହ ସୁରକ୍ଷା ଓ ପ୍ରଶାସନିକ କର୍ମଚାରୀଙ୍କ ସମେତ ଅନେକ ଆହତ ହୋଇଥିଲେ। ଏହି ଘଟଣା ପରେ ଜିଲ୍ଲା ପ୍ରଶାସନ ଆସନ୍ତା ୩୦ ତାରିଖ ପର୍ଯ୍ୟନ୍ତ ନିଷିଦ୍ଧାଦେଶ ଜାରି କରିବା ସହ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛି। ଭାରତୀୟ ନ୍ୟାୟ ସଂହିତା (ବିଏନଏସ)ର ବ୍ୟବସ୍ଥା ଅନୁଯାୟୀ ଏହି ଆଦେଶ ଜାରି କରାଯାଇଛି ବୋଲି ରବିବାର ବିଳମ୍ବିତ ରାତିରେ ଜିଲ୍ଲାପାଳ ରାଜେନ୍ଦ୍ର ପେନସିଆ ସୂଚନା ଦେଇଛନ୍ତି। ଦକ୍ଷ ଅଧିକାରୀଙ୍କ ବିନା ଅନୁମତିରେ କୌଣସି ବାହାର ଲୋକ, ଅନ୍ୟ ସାମାଜିକ ସଂଗଠନ କିମ୍ବା ଜନପ୍ରତିନିଧି ଜିଲ୍ଲା ସୀମାଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ଆଦେଶକୁ ଉଲ୍ଲଂଘନ କଲେ ବିଏନଏସର…

Read More