Author: Anasuya Das

ବୁଲିବେ ସାଧାରଣ ଜନତା ରାଷ୍ଟ୍ରପତି ଭବନରେ ଥିବା ମୋଗଲ ଗାର୍ଡେନକୁ ମନେ ପକାଇଦେବା ପାଇଁ ଡେରାଡୁନର ରାଜପୁର ରୋଡରେ ଅବସ୍ଥିତ ଐତିହାସିକ ରାଷ୍ଟ୍ରପତି ଆଶିଆନା ଆାସନ୍ତା ବର୍ଷ ଏପ୍ରିଲ ମାସରେ ସର୍ବସାଧାରଣଙ୍କ ପାଇଁ ଏହାର ଦ୍ୱାର ଖୋଲିବାକୁ ଯାଉଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି। ଶନିବାର ରାଷ୍ଟ୍ରପତି ସଚିବାଳୟର ଅଧିକାରୀମାନେ ଡେରାଡୁନରେ ରାଜ୍ୟ ସରକାରଙ୍କ ପ୍ରତିନିଧିଙ୍କ ସହ ବୈଠକ ପାଇଁ ଡାକିଥିଲେ। ଏହି ଅଧିବେଶନରେ ସେମାନେ ଆଶିଆନାରେ ଜନସାଧାରଣଙ୍କ ପାଇଁ ଉପଲବ୍ଧ ସୁବିଧାକୁ ବଢ଼ାଇବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଏକ ସରକାରୀ ସୂତ୍ରରୁ ପ୍ରକାଶ ଯେ ଆମର ଲକ୍ଷ୍ୟ ହେଉଛି ରାଷ୍ଟ୍ରପତି ଆଶିଆନାକୁ ଏପରି ଏକ ସ୍ଥାନରେ ପରିଣତ କରିବା ଯେଉଁଠାରେ ନାଗରିକମାନେ ଇତିହାସ ଅନୁଭବ କରିପାରିବେ ଏବଂ ଏହାକୁ ସେମାନଙ୍କ ସଂସ୍କୃତି ଏବଂ ଐତିହ୍ୟର ଏକ ଅବିଚ୍ଛେଦ୍ୟ ଅଙ୍ଗ ଭାବରେ ଗ୍ରହଣ କରିପାରିବେ । ୨୧ ଏକର ପରିମିତ ଏହି କମ୍ପ୍ଲେକ୍ସକୁ ବର୍ତ୍ତମାନ…

Read More